ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍‌

Advertisment
ଓଆର୍‌ଏଚ୍‌ଡିସି ଦୁର୍ନୀତି; ବିନୋଦ କୁମାରଙ୍କୁ ଜାମିନ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଓଡ଼ିଶା ରୁରାଲ୍‌ ହାଉସିଂ ଡେଭେଲପ୍‌ମେଣ୍ଟ କର୍ପୋରେସନ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀଙ୍କ ରାୟ ଅନୁସାରେ ଓଆର୍‌ଏଚ୍‌ଡିସିର ପୂର୍ବତନ ଅଧ୍ୟକ୍ଷ ତଥା ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ତାଙ୍କ ସହିତ ଓଆର୍‌ଏଚ୍‌ଡିସିର ଅନ୍ୟ ଅଧିକାରୀ ସ୍ୱସ୍ତିରଞ୍ଜନ ମହାପାତ୍ର, ଉମେଶ ଚନ୍ଦ୍ର ସ୍ୱାଇଁ, ରଶ୍ମି ପଟ୍ଟନାୟକ ଓ ରତନ କୁମାର ସାହୁଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ସମସ୍ତଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ସୂଚନା ମୁତାବକ ବିନୋଦ କୁମାର ୨୦୦୦ ମସିହାରୁ ଓଆର୍‌ଏଚ୍‌ଡିସିର ଅଧ୍ୟକ୍ଷ ଥିଲେ। ଏହି ସମୟରେ ସ୍ବସ୍ତି ରଂଜନ ମହାପାତ୍ର ଓଆର୍‌ଏଚ୍‌ଡିସିର କମ୍ପାନି ସେକ୍ରେଟାରି ଥିଲେ। ସେମାନେ ଚଞ୍ଚକତା କରି ପଟିଆ ଅଞ୍ଚଳର ଏକ ପ୍ଲଟ୍‌ରେ ୩୫ଟି ଡୁପ୍ଲେକ୍ସ କରିବା ପାଇଁ ଜଣେ ବିଲ୍ଡରଙ୍କ ନାମରେ ୫୦ଲକ୍ଷ ଟଙ୍କାର ଋଣ ମଞ୍ଜୁର କରିଥିଲେ। ପରେ ଜଣାପଡ଼ିଥିଲା ଯେ ଉକ୍ତ ଜମିରେ କୌଣସି ଘର ନିର୍ମାଣ କରାଯାଇନାହିଁ। ଜାଲିଆତି କରି ଅଭିଯୁକ୍ତମାନେ ୫୦ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଭିଜିଲାନ୍ସରେ ମାମଲା ହୋଇଥିଲା। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସ୍ବାଇଁ ମାମଲାର ପରିଚାଳନା କରିଥିଲେ। ପ୍ରକାଶ ଥାଉକି ପୂର୍ବରୁ ବିନୋଦ କୁମାର ଛଅ ଛଅ ଥର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe