ସୋନପୁର: ପୂର୍ଵତନ ବିଧାୟକ ତଥା ସୋନପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଟିକେଟ ପାଇବା ଲାଗି ସେ ଆଶାୟୀ ଥିଲେ। ମାତ୍ର ଟିକେଟ ନ ମିଳିବାରୁ ସେ କ୍ଷୁବ୍ଧ ହୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏହା କଂଗ୍ରେସକୁ ଅଡ଼ୁଆରେ ପକାଇବ ବୋଲି କୁହାଯାଉଛି। ତେବେ କଂଗ୍ରେସ ଛାଡ଼ିବା ପରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ କି ନା ସେନେଇ ବିନୋଦ ପାତ୍ର ସ୍ପଷ୍ଟ କରିନାହାନ୍ତି।
/sambad/media/post_attachments/wp-content/uploads/2024/05/5f41fa85-d946-46a4-a668-0d40b6d58784-e1714561438408.jpeg)
Follow Us