ବିନୋଦଙ୍କ ବଦାନ୍ୟତା: ରକ୍ଷାବନ୍ଧନରେ ଶଯ୍ୟାଶାୟୀ ବୃନ୍ଦାଙ୍କ ହାତରୁ ରାଖୀ ବାନ୍ଧିଲେ, ସହୟତାର ହାତ ବଢାଇଲେ

Advertisment
ବିନୋଦଙ୍କ ବଦାନ୍ୟତା: ରକ୍ଷାବନ୍ଧନରେ ଶଯ୍ୟାଶାୟୀ ବୃନ୍ଦାଙ୍କ ହାତରୁ ରାଖୀ ବାନ୍ଧିଲେ, ସହୟତାର ହାତ ବଢାଇଲେ

ମାଲକାନଗିରି: ଜଣେ ବିଶିଷ୍ଟ ସମାଜସେବୀ ଭାବେ ପରିଚିତ ବିନୋଦ ଟାବରି ପୁଣି ମହାନତା ଦେଖାଇଛନ୍ତି। ରକ୍ଷାବନ୍ଧନରେ ନିଆରା ପଦକ୍ଷେପ ନେଇଛନ୍ତି। ଅସହାୟଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରୁଛନ୍ତି। ମାନବ ସେବା ହିଁ ମାଧବ ସେବା ବୋଲି ବିନୋଦ କହନ୍ତି। ଏହି ପରିପ୍ରେକ୍ଷୀରେ ବିନୋଦ କୋରକୋଣ୍ଡା ବ୍ଲକର ରଗେଲ ପୁଷପାଲି ଗ୍ରାମର ବୃନ୍ଦା କାବାସି ଦୀର୍ଘ ବର୍ଷ ହେଲା ଶଯ୍ୟାଶାୟୀ ହୋଇଛନ୍ତି। ଅଜଣା ରୋଗରେ ସେ ଆକ୍ରାନ୍ତ ହୋଇ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।ନିଜର ବୋଲି କେହି ନାହାନ୍ତି। ଏକ ମାତ୍ର ଭଉଣୀ ରହିଛନ୍ତି। ସେ ପୁଣି ଦିବ୍ୟାଙ୍ଗ।ଭତ୍ତା ଟଂକାରେ ଦୁହେଁ କଷ୍ଟେମଷ୍ଟେ ଚଳନ୍ତି। ଏହି ଖବର ପାଇବା ପରେ ବିନୋଦ ତୁରନ୍ତ ପୁସପାଲି ଗ୍ରାମରେ ପହଞ୍ଚି ବୃନ୍ଦାଙ୍କ ସହ ସାକ୍ଷାତ କରି ତାଂକର ଭଲମନ୍ଦ ପଚାରି ବୁଝିଥିଲେ।ବୃନ୍ଦାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିବା ସହ ତାଂକ ହାତରୁ ରାକ୍ଷୀ ପିନ୍ଧିଥିଲେ।

ବୃ଼ନ୍ଦାଙ୍କ ଏହି ଅବସ୍ଥା ଦେଖି ସେ ଦୁଃଖରେ ଭାଙ୍ଗିପଡିଥିଲେ।ତାଂକୁ ଡ୍ରେସ, ନାଇଟି, ଛତା, କମ୍ବଳ ସହ ଦୈନନ୍ଦିନ ସାମଗ୍ରୀ ଯୋଗାଇ ଦେଇଥିଲେ। ବୃନ୍ଦା ଜଣେ ପାଠୁଆ ଝିଅ ହୋଇଥିଲେ ମଧ୍ୟ ତାଂକର ଏହି ଅବସ୍ଥା ତାଂକୁ ଦୁର୍ବଳ କରିପକାଇଛି। ତେବେ ଶେଯରେ ସବୁବେଳେ ପଡି ରହୁଥିବା ବେଳେ ଚିନ୍ତାଗ୍ରସ୍ତ ହୋଇପଡୁଛନ୍ତି ବୃନ୍ଦା। ସେ ଖୁସିରେ ରହିବା ପାଇଁ ବିନୋଦ ତାଂକୁ ଏକ ବଡ଼ ମୋବାଇଲ ସେଟ୍ ଦେଲେ। ଏଥିସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କଲେ। ତାଂକର ଖାଇବାକୁ ଇଛା ହେଉଥିବା ଜିନିଷ ପଚାରି ତାଂକୁ ଫଳ ଓ ମିଠା ମଧ୍ୟ ତୁରନ୍ତ ଯୋଗାଇ ଦେଇଥିଲେ। ବିନୋଦଙ୍କ ଏଭଳି ବଦାନ୍ୟତାରେ ବୃନ୍ଦା ଓ ତାଂକ ଭଉଣୀ ତାଂକୁ ସାଧୁବାଦ ଜଣାଇଛନ୍ତି। ବିନୋଦ ସବୁବେଳେ ଅସହାୟଙ୍କୁ ସହଯୋଗ କରୁଥିବା ବେଳେ ଜିଲ୍ଲାରେ ବିପତ୍ତି ପଡ଼ିଲେ ମଧ୍ୟ ସହଯୋଗର ହାତ ବଢାଇଥାନ୍ତି। ତାଂକରି ଏଭଳି ସହଯୋଗ ଜାରି ରହୁ ଏହା ହିଁ ଆମର କାମନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe