ଜୈବ ବର୍ଜ୍ୟବସ୍ତୁ ପରିଚାଳନା ମାମଲାର ଶୁଣାଣି

Advertisment

ଏସ୍‌ସିବି ସଂପର୍କିତ ସତ୍ୟପାଠ ଦାଖଲ, ଏମ୍‌କେସିଜି ଓ ଭିମ୍‌ସାର୍‌ ରିପୋର୍ଟ ଫେବ୍ରୁଆରି ୭ସୁଦ୍ଧା ଦାଖଲ ହେବ

ଏସ୍‌ସିବି ସଂପର୍କିତ ସତ୍ୟପାଠ ଦାଖଲ, ଏମ୍‌କେସିଜି ଓ ଭିମ୍‌ସାର୍‌ ରିପୋର୍ଟ ଫେବ୍ରୁଆରି ୭ସୁଦ୍ଧା ଦାଖଲ ହେବ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ‌ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଥିବା ବ୍ୟବସ୍ଥା ସଂପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରାଯାଇଛି। ସେପ୍ଟେମ୍ବର ୨୮ରେ ଆବେଦନକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦର ପ୍ରତିନିଧି ଏସ୍‌ସିବିରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ। ଏସ୍‌ସିବି ଅଧୀକ୍ଷକ ଓ ଅନ୍ୟ ଅଧିକାରୀମାନେ ବିଭିନ୍ନ ନଥିପତ୍ର ଉପସ୍ଥାପନ କରିଥିଲେ। ୧୪ ବର୍ଷର ପୁରୁଣା ଇନ୍‌ସିନେରେଟର୍‌ ଏସ୍‌ସିବିରେ ଚାଲିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନୂଆ ଇନ‌୍‌ସିନେରେଟର୍‌ ବସାଯିବା ପାଇଁ କୁହାଯାଇଛି।

ନୂଆ ଇନ୍‌ସିନେରେଟର୍‌ ପାଇଁ ଟେଣ୍ଡର ଡକାଯାଇଛି। ଇତିମଧ୍ୟରେ ୮ ମାସ ବିତି ଯାଇଥିଲେ ମଧ୍ୟ ଏସ୍‌ସିବିରେ ନୂଆ ଇନସନେରେଟର ବସି ପାରି ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ, ବ୍ରହ୍ମପୁରସ୍ଥିତ ଏମକେସିଜି ଓ ବୁର୍ଲାସ୍ଥିତ ଭିମସାର‌ରେ ରହିଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଆଜି ଅଧିକ ସମୟ ଲୋଡ଼ା ଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏମକେସିଜି ଓ ଭିମସାରର ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଫେବ୍ରୁଆରି ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆବେଦନକାରୀଙ୍କ ପ୍ରତିନିଧି ତିନି ବଡ଼ ଡାକ୍ତରଖାନାରେ ଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ୨୦୨୨, ସେପ୍ଟେମ୍ବର ୧୪ରେ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ସିବି ସହିତ ଅନ୍ୟ ଡାକ୍ତରଖାନା ଗୁଡିକରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ୨୦୦୩ରେ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ତିନି ବଡ଼ ଡାକ୍ତରଖାନାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe