ମିଳିଲା ନୂଆ ପ୍ରଜାତି ବୁଢ଼ିଆଣୀ ‘ସିଲେର୍ ନାଇଜର୍‌’

Advertisment

ନାଇଜର୍‌ କ୍ୟାମ୍ପସ୍‌ରେ ଜୈବ ବିବିଧତା ନେଇ ଗବେଷଣା

ନାଇଜର୍‌ କ୍ୟାମ୍ପସ୍‌ରେ ଜୈବ ବିବିଧତା ନେଇ ଗବେଷଣା

ମିଳିଲା ନୂଆ ପ୍ରଜାତି ବୁଢ଼ିଆଣୀ ‘ସିଲେର୍ ନାଇଜର୍‌’

ଜଟଣୀ : ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠାନ (ନାଇଜର୍) କ୍ୟାମ୍ପସରେ ଏକ ନୂଆ ପ୍ରଜାତିର ବୁଢ଼ିଆଣୀ ଆବିଷ୍କୃତ ହୋଇଛି। ଏହାର ନାଁ ସିଲେର୍ ନାଇଜର୍ ରଖାଯାଇଛି। ପ୍ରତିଷ୍ଠାନରେ ଜୈବ ବିବିଧତାକୁ ନେଇ ଗବେଷଣା ସମୟରେ ଏହି ନୂତନ ପ୍ରଜାତିର ବୁଢ଼ିଆଣୀ ମିଳିଥିଲା। ଏହା କ୍ୟାମ୍ପସ୍‌ର ଘାସ ଥିବା ସ୍ଥାନରୁ ମିଳିଛି। ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସି ଛାତ୍ର ଆୟୁଷ ପରାଗ ଏବଂ ତାଙ୍କ ନିବନ୍ଧ ନୀରିକ୍ଷକ ଅନିରୁଦ୍ଧ ଦତ୍ତଙ୍କ ଦ୍ବାରା ଏହାକୁ ଆବିଷ୍କାର କରାଯାଇଛି।

ଏହି ପ୍ରଜାତିର ବୁଢ଼ିଆଣୀ ଘାସରେ ବାସସ୍ଥାନ ପ୍ରସ୍ତୁତ କରିଥାଏ। ଏହି ନୂତନ ପ୍ରଜାତିର ବୁଢ଼ିଆଣୀ ସମ୍ବନ୍ଧରେ ‘ଜୁସିଷ୍ଟ ମେଟିକ୍ସ ଆଣ୍ଡ ଉଭୋଲୁସନ୍’ ନାମକ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ହୋଇଛି। ନାଇଜର୍‌ କ୍ୟାମ୍ପସ୍‌ ଓ ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ତଥା ବୈଜ୍ଞାନିକଙ୍କ ପାଇଁ ଏହା ଉପାଦେୟ ହେବ ବୋଲି ଶ୍ରୀ ପରାଗ କହିଛନ୍ତି। ସେ କହିଛନ୍ତି, ଏହି ଗବେଷଣା ଦ୍ବାରା ନାଇଜର୍‌ ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ଓ ଗବେଷକ ଉପକୃତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe