ରିଲାଏନ୍ସ କରିବ ବାୟୋଗ୍ୟାସ୍ କାରଖାନା: ସିଙ୍ଗଲ ୱିଣ୍ଡୋରେ ୧୪୮୩ କୋଟିର ୭ ପ୍ରକଳ୍ପ ମଞ୍ଜୁର

Advertisment

କେନ୍ଦୁଝରରେ ଟେକ୍‌ ଏଆଇସି ଡିଆର୍‌ଆଇ କାରଖାନା ବସାଇବ

କେନ୍ଦୁଝରରେ ଟେକ୍‌ ଏଆଇସି ଡିଆର୍‌ଆଇ କାରଖାନା ବସାଇବ

ଟିଭି, ଫ୍ରିଜ୍‌ ବ୍ୟବସାୟକୁ ଓହ୍ଲାଇବ ରିଲାଏନ୍ସ

ଭୁବନେଶ୍ବର: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍‌ ବାଲେଶ୍ବର ଜିଲ୍ଲାରେ ଏକ କମ୍ପ୍ରେସଡ୍‌ ବାୟୋଗ୍ୟାସ୍ କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୧୨୧.୨୧ କୋଟି ଟଙ୍କା ନିବେଶ କରିବ। ଆଜି ଏହି ପ୍ରକଳ୍ପ ସମେତ ମୋଟ ୧୪୮୨.୬୩ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ସାତଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି।

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ବାଲେଶ୍ବର ଓ ରାୟଗଡ଼ାରେ ସ୍ଥାପନ ହେବ। ପ୍ରକଳ୍ପଗୁଡ଼ିକ ପୋଷାକ, ରସାୟନ, ଖଣି, ଇସ୍ପାତ ଉତ୍ପାଦନ, ବାୟୋଗ୍ୟାସ୍‌ ଭଳି କ୍ଷେତ୍ରରେ କାର୍ଯ୍ୟକାରୀ ହେବ।

ଟେକ୍‌ ଏଆଇସି ଡିଆର୍‌ଆଇ ପେଲେଟ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ ୮୦୦ କୋଟି ଟଙ୍କା ବିନିଯୋଗରେ କେନ୍ଦୁଝରରେ ଏକ ଆନୁଷଙ୍ଗିକ ଇସ୍ପାତ ଉତ୍ପାଦନ କାରଖାନା ବସାଇବ। ଏମ୍‌ଏଏସ୍‌ ଉଦ୍ୟତ ଇଣ୍ଡିଆ ୨୧୪.୪୦ କୋଟି ଟଙ୍କା ନିବେଶରେ‌ ‌ଖୋର୍ଦ୍ଧାରେ ଏକ ପୋଷାକ ତିଆରି କାରଖାନା ନିର୍ମାଣ କରିବ। ଗଞ୍ଜାମରେ ଭିନିୟର ଲ୍ୟାବ୍‌ସ ୫୨ କୋଟି ଟଙ୍କା ବ୍ୟୟରେ ଏକ ରସାୟନ କାରଖାନା ବସାଇବ। ଏମ୍‌ଆର୍‌ ୟୁନିକାଷ୍ଟ ସୁନ୍ଦରଗଡ଼ରେ ୫୬.୩୨ କୋଟି ଟଙ୍କା ନିବେଶରେ ଏକ ଖଣି ଓ କ୍ରସର ଉପକରଣ ନିର୍ମାଣ କାରଖାନା ସ୍ଥାପନ କରିବ। ସେହିପରି, ଆଲେନ୍ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ୍ ଯାଜପୁରର କଳିଙ୍ଗନଗରରେ ୧୭୮ କୋଟି ଟଙ୍କା ନିବେଶରେ ଏକ କୋଲ୍‌ଡ ରୋଲ୍‌ଡ ପ୍ରେସିସନ୍ ପାଇପ୍‌ ଉତ୍ପାଦନ କାରଖାନା ବସାଇବ। ରାୟଗଡ଼ାରେ ଟେରେଷ୍ଟିଆଲ୍ ଫୁଡ୍‌ ପ୍ରୋସେସର୍ସ ୬୦.୬ କୋଟି ଟଙ୍କା ବିନିଯୋଗରେ ଏକ ମକା ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe