ଭୁବନେଶ୍ବର : ଅାଜି ସକାଳେ ଗାଳ୍ପିକ ବିରଜା ପ୍ରସାଦ ମହାନ୍ତିଙ୍କ ପରଲୋକ ହୋଇଛି। ଅସୁସ୍ଥତା ହେତୁ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ୧୯୫୦ ମସିହାରେ ଯାଜପୁର ଜିଲ୍ଲାର ଅରଙ୍ଗାବାଦ ଗାଁରେ ଜନ୍ମିତ ଶ୍ରୀ ମହାନ୍ତି ସିଣ୍ଡିକେଟ୍ ବ୍ୟାଙ୍କ୍ର ମୁଖ୍ୟ ପ୍ରବନ୍ଧକ ଭାବେ ଅବସର ଗ୍ରହଣ କରିଥିଲେ। ବିଧବା ପତ୍ନୀଙ୍କ ସହିତ ତାଙ୍କର ଦୁଇ ଝିଅ ଅରୁନ୍ଧତୀ ଓ ମିନତି ଏବଂ ଦୁଇ ପୁଅ ବିଶ୍ବକେଶନ ଓ ଚନ୍ଦନ ଅଛନ୍ତି। ଛୋଟବେଳୁ ସାହିତ୍ୟ ପ୍ରତି ଆସକ୍ତି ଥିଲେ ମଧ୍ୟ ଜୀବନର ଶେଷ ଭାଗରେ ସେ ଲେଖାଲେଖିକୁ ଅଧିକ ଗୁରୁତ୍ବ ଦେଇଥିଲେ। ତାଙ୍କ ରଚିତ ଗଳ୍ପ ସମ୍ବାଦ ଓ କଥା ଆଦି ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ଚଳିତ ମାସର ‘କଥା’େର ତାଙ୍କର ଗଳ୍ପ ‘ପିଠା ମାମୁ’ ପ୍ରକାଶିତ ହୋଇଛି। ସରଳ ଏବଂ ମେଳାପୀ ଗୁଣ ଯୋଗୁ ବନ୍ଧୁ ଓ ସାହିତ୍ୟିକ ମହଲରେ ତାଙ୍କର ଖୁବ୍ ଆଦର ଥିଲା। ତାଙ୍କ ବିୟୋଗରେ ବନ୍ଧୁପରିଜନଙ୍କ ସମେତ ବହୁ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି।
ଗାଳ୍ପିକ ବିରଜା ମହାନ୍ତିଙ୍କ ପରଲୋକ
Advertisment
Follow Us