ଡିସେମ୍ବର ୨୯ରୁ ଖୋଲିବ ଯାଜପୁରର ମା’ ବିରଜା ମନ୍ଦିର

Advertisment
ଡିସେମ୍ବର ୨୯ରୁ ଖୋଲିବ ଯାଜପୁରର ମା’ ବିରଜା ମନ୍ଦିର

image source-tripadvisor.in

ଯାଜପୁର: ଦୀର୍ଘ ଦଶ ମାସ ପରେ ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଗାମୀ ଡିସେମ୍ବର ୨୯ ତାରିଖରୁ  ମା’ ବିରଜାଙ୍କ ମନ୍ଦିର ଖୋଲିବ ବୋଲି ଘୋଷଣା କରାଯାଇଛି । ଏ ନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ୍ କଟକଣା ମଧ୍ୟରେ ମନ୍ଦିର ଖୋଲିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ର‍ାଠୋର ସୂଚନା ଦେଇଛନ୍ତି।  କିନ୍ତୁ ଗହଳିକୁ ଏଡ଼ାଇବା ଲାଗି ଜାନୁଆରୀ ୧,୨ ଓ ୩ ତାରିଖରେ ମା’ ବିରଜା ମନ୍ଦିର ବନ୍ଦ ରହିବ ବୋଲି ସେ କହିଛନ୍ତି।

publive-image ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ, କେବଳ ପିଣ୍ଡଦାନ ହୋଇପାରିବ। ତେବେ ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ଅନ୍ୟ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୨୧ ଜାନୁଆରି ୩ ତାରିଖଠାରୁ ଜଗତସିଂହପୁର ଜିଲ୍ଲାର ମା’ ଶାରଳା ଓ ବାବା ଗୋରେଖନାଥଙ୍କ ମନ୍ଦିର ଖୋଲିବ ବୋଲି ସଂପୃକ୍ତ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe