ବୀରମହାରାଜପୁର: ବିଜୁ ଜନତା ଦଳ ପ୍ରାର୍ଥୀ ତଥା ବିଧାୟକ ପଦ୍ମନାଭ ବେହେରା ଗୁରୁବାର ବୀରମହାରାଜପୁରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମେ ଜଗନ୍ନାଥ ମନ୍ଦିରକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରୁ ସେ ଚମ୍ପାମାଳ ଚମ୍ପେଶ୍ୱର ମହାଦେବଙ୍କ ଦର୍ଶନ କଲାପରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟ ଛକ ଦେଇ ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଉପସଭାପତି କିଶୋର ହୋତା, ରଞ୍ଜିତ କୁମାର ରଥ, ବୀରମହାରାଜପୁର ବ୍ଲକ ସଭାପତି ଶୟମ୍ଭୁନାଥ ଖଣ୍ଡଗିରି, ଉଲୁଣ୍ଡା ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ବିନିକା ବ୍ଲକ ସଭାପତି ଦ୍ୱାରିକାନାଥ ସାହୁ, ନଗର ସଭାପତି ସୋମନାଥ ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ, ବୀରମହାରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନାରାୟଣ ଲୁହା, ଯୁବନେତା ଚକ୍ରଧର ମିଶ୍ର,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, କୃତିବାସ ମିଶ୍ର, ମନୋଜ କୁମାର ସାହୁ, ବିନୋବାନନ୍ଦ ପଧାନ, ମଧୁସୂଦନ ପଣ୍ଡା ବୀରମହାରାଜପୁର ସରପଞ୍ଚ ସଙ୍ଘ ସଭାପତି ଶ୍ରୀୟା କର୍ମୀ, ଉଲୁଣ୍ଡା ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଅଶୋକ ପଣ୍ଡା, ବିଜେଡି ନେତା ରାଜ ଗୋପାଳ ପାଣିଗ୍ରାହୀ, ରଘୁବୀର ପାଣିଗ୍ରାହୀ, ପ୍ରେମାନନ୍ଦ ଜଟି, ହରିହର ପାତ୍ର, ନିତ୍ୟାନନ୍ଦ ସାହୁ, ପ୍ରଦୀପ ମିଶ୍ର, ସଂଜୀବ ଦେହୁରୀ, ପର୍ଶୁରାମ ଦେହୁରୀଙ୍କ କର୍ମୀମାନେ ସାମିଲ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us