ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣା : ପୁଲିସ ଡିଜିଙ୍କ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କଲେ ପିସିସି ସଭାପତି

Advertisment
ହିନ୍ଦୁ, ହିନ୍ଦୁତ୍ବ ଓ ଭାରତୀୟତା ଭିତରେ ଫରକ ନାହିଁ: ନିରଞ୍ଜନ

photo by : newindianexpress.com

ଭୁବନେଶ୍ବର : ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ବହିଷ୍କାରକୁ ନେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ବାଗତ କରିଛନ୍ତି। ଜଣେ ୧୩ ବର୍ଷର ନାବାଳିକାଙ୍କୁ ଥାନାର ତତ୍କାଳୀନ ଆଇଆଇସି ଶ୍ରୀ ମାଝୀ ଲଗାତାର ୩ ମାସ ଧରି ଯେପରି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ ଓ ପରେ ତାଙ୍କର ଗର୍ଭପାତ କରାଇଥିଲେ ସେଥିପାଇଁ ସେ କଠୋର ଦଣ୍ଡ ପାଇବା ଯୋଗ୍ୟ। ରାଜ୍ୟ ପୁଲିସ ଡିଜି ଏହି ଘଟଣାକୁ ଗୁରୁତର ସହ ନେଇ ଯେଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି, ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଗର୍ଭପାତ କରାଇବାରେ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ ଅବିଳମ୍ବେ ଧରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସି ସଭାପତି ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ଏହିପରି ପ୍ରାୟ ୮ଟିରୁ ୧୦ଟି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲେ ବି ଶିଥିଳ ହୋଇ ପଡ଼ିରହିଛି। ରାଜ୍ୟରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ରକ୍ଷକମାନେ ଯଦି ଭକ୍ଷକ ସାଜନ୍ତି ତେବେ ସମାଜରେ ପବିତ୍ର ବନ୍ଧନ ଓ ନୈତିକ ମୂଲ୍ୟବୋଧ ପ୍ରତି ଆସ୍ଥା ତୁଟିଯିବ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe