ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ

Advertisment
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସ୍‌ସି)ର ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୂଚନାଯୋଗ୍ୟ,ଗତକାଲି ବିରଞ୍ଚି ନାରାୟଣ ସାହୁଙ୍କ ରାଜଧାନୀର ନିଳାଦ୍ରୀ ବିହାର ସ୍ଥିତ ବାସଭବନ ସମେତ କଟକ ଓ ଭୁବନେଶ୍ୱରର ଛଅଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଥିଲା।

ଶ୍ରୀ ସାହୁଙ୍କ ନାମରେ ଚାରିଟି କୋଠା ଓ ୧୪ଟି ପ୍ଲଟ୍ ଥିବାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ତାଙ୍କର ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି। ଶ୍ରୀ ସାହୁଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଶ୍ରୀ ସାହୁଙ୍କ ଘରୁ ଦେଢ କେଜି ସୁନା ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇଛି।

ଗତକାଲି ବିରଞ୍ଚି ରହୁଥିବା ନୀଳାଦ୍ରିବିହାରସ୍ଥିତ ଦୁଇ ମହଲା କୋଠାରେ ପହଞ୍ଚିଥିଲା ଗୋଟିଏ ଟିମ୍। ସେଠାରେ ଖାନତଲାସି ବେଳେ ଆଲମିରାରୁ ନଗଦ ୧୨ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା ଅଳଙ୍କାର, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧାରେ ୧୪ଟି ପ୍ଲଟର କାଗଜପତ୍ର ଏବଂ ୫୬ ଲକ୍ଷ ଟଙ୍କାର ଜୀବନ ବୀମାର କାଗଜପତ୍ର ମିଳିଥିଲା। ସେହିପରି ପିଏଫ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ବିରଞ୍ଚିଙ୍କ ସଢ଼ୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ବିରଞ୍ଚିଙ୍କ ଆଲମିରାରୁ ମିଳିଥିବା ଟଙ୍କା ଭର୍ତ୍ତି ଖାମ୍ ନିକଟରୁ ଓଏସ୍ଏସସି ପରୀକ୍ଷା ଆବେଦନକାରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ସେହିପରି ଅନ୍ୟ ଏକ ଟିମ୍ ଓଏସ୍ଏସସି ଅଫିସରେ ଥିବା ବିରଞ୍ଚିଙ୍କ ଚାମ୍ବରରେ ଚଢ଼ଉ କରି ବହୁ କାଗଜପତ୍ର, ଫାଇଲ, କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରିଛି। ଏହି ଚଢ଼ଉରେ ୪ ଜଣ ଡିଏସପି, ୧୩ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ତିନିଟି ଦଳ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe