ଜଙ୍ଗଲଦସ୍ୟୁ ବୀରାପ୍ପାନ ପରେ ଏବେ ଓଡିଶାରୁ ମାଓବାଦୀଙ୍କୁ ନିପାତ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେ ଏହି ଚର୍ଚ୍ଚିତ ଆଇପିଏସ ଅଫିସର

Advertisment
ଜଙ୍ଗଲଦସ୍ୟୁ ବୀରାପ୍ପାନ ପରେ ଏବେ ଓଡିଶାରୁ ମାଓବାଦୀଙ୍କୁ ନିପାତ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେ ଏହି ଚର୍ଚ୍ଚିତ ଆଇପିଏସ ଅଫିସର

Photo-Patrika

ଭୁବନେଶ୍ୱର: ବୀରାପ୍ପାନ ପରେ ଏବେ ଟାର୍ଗେଟରେ ମାଓବାଦୀ | କାରଣ ମାଓ ମୁକାବିଲା ରଣନୀତି ନେଇ ଶନିବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ ବିଜୟ କୁମାର ଅଧ୍ୟକ୍ଷତା କରିଛନ୍ତି। କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ମାଓ ଗତିବିଧି ନେଇ ଆଲୋଚନା ହେବା ପରେ ମାଓ ମୁକାବିଲା ଳାଗି କେନ୍ଦ୍ର ସରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଜୟ କୁମାର ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ ମାଓ ଦମନ ଲାଗି ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସମନ୍ଵୟ ରଖି କାମ କରାଯିବ। ତେବେ ବଡ କଥା ଯେ କେ ବିଜୟ କୁମାର ହେଉଛନ୍ତି ସେହି ବ୍ୟକ୍ତି ଯିଏ କି କୁଖ୍ୟାତ ଚନ୍ଦନ ଲୁଟେରା ବୀରାପ୍ପାନକୁ ନିହତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ |ଚନ୍ଦନକାଠ ଚୋରା ଚାଲାଣକାରୀ ବୀରାପ୍ପାନଙ୍କୁ ଧରିବା କି, ମାରିବା ପାଇଁ ଗଠିତ ହୋଇଥିବା ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ‘ଅପରେସନ୍‌ କୋକୁନ୍‌’ର ମୁଖ୍ୟ ଥିଲେ ବିଜୟ କୁମାର। ବୀରାପ୍ପାନ୍‌ଙ୍କୁ ହତ୍ୟା କରି ଅଭିଯାନକୁ ସାଫଲ୍ୟମଣ୍ଡିତ କରିବା ପରେ ସେ ତାମିଲନାଡୁର ଘରେ ଘରେ ପରିଚିତ ହୋଇ ପାରିଥିଲେ।

ତାମିଲନାଡୁ କ୍ୟାଡର୍‌ର ୧୯୭୫ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ବିଜୟ କୁମାର ପୂର୍ବରୁ ମଧ୍ୟ କଶ୍ମୀର ଉପତ୍ୟକାରେ କାମ କରିଛନ୍ତି। ୧୯୯୮ ରୁ ୨୦୦୧ ଯାଏଁ ସେ ବିଏସ୍‌ଏଫ୍‌ର ଇନ୍‌ପେକ୍ଟର୍‌ ଜେନେରାଲ୍‌ ଥିଲେ। ବେଶ କିଛି ବର୍ଷ ଧରି ଜଙ୍ଗଲରେ ରାଜ କରୁଥିଲା ବୀରାପ୍ପାନ । ପ୍ରତିଥର ପୁଲିସକୁ ଚକମା ଦେଖାଇ ଖସି ଯିବାରେ ସକ୍ଷମ ହେଉଥିଲା ଜଙ୍ଗଲ ଦସ୍ୟୁ ବୀରାପ୍ପାନ । ଚନ୍ଦନକାଠ ଚୋରା ଚାଲାଣରେ ଥିଲା ବୀରାପ୍ପାନର ପ୍ରମୁଖ ଭୂମିକା । କିଶୋର ବୟସରୁ ହିଁ ବୀରାପ୍ପାନ ଶିଖିଥିଲା ଡକାୟତି ଓ ବନିଯାଇଥିଲା ଚନ୍ଦନକାଠ ତସ୍କର ।

ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ଜଙ୍ଗଲରେ ଚାଲିଥିଲା ବୀରାପ୍ପାନର ଆଡ୍ଡା । ପାଖାପାଖି ୧୮୪ ଜଣଙ୍କୁ ହତ୍ୟା କରିଥିଲା ବୀରପ୍ପାନ । ୨୦୦ ହାତୀଙ୍କୁ ବି ହତ୍ୟା କରି ବୀରାପ୍ପାନ ଦେଇଥିଲା ତା ଅମଣିଷ ପଣିଆର ପରିଚୟ । ୧୯୭୦ ମସିହାରୁ କ୍ରିମିନାଲ ଲାଇଫ୍ ଆରମ୍ଭ କରିଥିଲା ବୀରାପ୍ପାନ । ୧୯୭୦ରୁ ୨୦୦୪ ପର୍ଯ୍ୟନ୍ତ ଅନେକ ଥର ପୁଲିସ ଆଖିରେ ଧୂଳି ଦେଇ ଖସିଯାଇଥିଲା ବୀରାପ୍ପାନ । ହେଲେ ଶେଷରେ ଏକ ନାଟକୀୟ ଢଙ୍ଗରେ ବୀରପ୍ପାନ୍ ବନିଥିଲା ପୁଲିସର ଟାର୍ଗେଟ୍ । ଜଙ୍ଗଲ ଭିତରେ ହିଁ ପୁଲିସ ଗୁଳିରେ ନିହତ ହୋଇଥିଲା ମୋଷ୍ଟ ୱାଟେଂଡ୍ ବୀରାପ୍ପାନ । ୨୦୦୪ରେ ସରିଥିଲା ବୀରାପ୍ପାନର ଯୁଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe