ହୀରାକୁଦ ବ୍ୟତୀତ ଅନ୍ୟ ଜଳାଶୟର ପକ୍ଷୀ ଗଣନା ଶେଷ

ସ୍ବାଧୀନତାର ୭୫ତମ ବର୍ଷରେ ରାମସାର କ୍ଷେତ୍ର ସଂଖ୍ୟା ୭୫କୁ ବୃଦ୍ଧି, ଓଡ଼ିଶାରୁ ୩ଟି ସ୍ଥାନ ସାମିଲ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ବ୍ୟତୀତ ସମ୍ବଲପୁର ଡିଭିଜନ୍‌ ଅନ୍ତର୍ଗତ ଅନ୍ୟାନ୍ୟ ଜଳାଶୟଗୁଡ଼ିକରେ ଶୀତଋତୁର ମଧ୍ୟବର୍ତ୍ତୀକାଳୀନ ପକ୍ଷୀଗଣନା ‌ଶେଷ ହୋଇଛି। ହୀରାକୁଦ ଜଳଭଣ୍ଡାରର ପାୱାର ଚାନେଲ୍‌, ଏହାର ପାର୍ଶ୍ବସ୍ଥ ବିଭିନ୍ନ ଜଳାଶୟ, ମହାନଦୀ ଅବବାହିକା, ଧୂଳିଜୋର୍‌ ନାଳା, ଲବ୍‌ଡେରା, ବୁଡେଲଖିଣ୍ଡା ଆଦି ସ୍ଥାନରେ ଏହି ପକ୍ଷୀଗଣନା କରାଯାଇଛି। ତେବେ ବନବିଭାଗର କର୍ମଚାରୀମାନେ ନିଜ ନିଜ ରେଞ୍ଜ ଅଧୀନରେ ଟିମ୍‌ ଗଠନ କରି ଏହି ପକ୍ଷୀ ଗଣନା କରିଥିଲେ। ଯେଉଁଥିରେ ସମ୍ବଲପୁର ବନଖଣ୍ଡରେ ପ୍ରାୟ ୨ ହଜାର ବିଦେଶୀ ପକ୍ଷୀଙ୍କୁ ଟ୍ରାକ୍‌ କରାଯାଇଛି। ଏହି ପକ୍ଷୀଙ୍କ ମଧ୍ୟରେ ଗ୍ରିଡ୍‌ୱଲ୍‌, ଲିଟିଲ କର୍ମାନାଣ୍ଟ, ହ୍ବିସଲିଂ ଡକ୍‌, ଇଗ୍ରିଟ୍‌ ଆଦି ପକ୍ଷୀ ରହିଥିବା ଜଣାପଡ଼ିଛି।

ଅପରପକ୍ଷେ, ଆସନ୍ତା ୭ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ହେବାକୁ ଥିବା ପକ୍ଷୀଗଣନା ପାଇଁ ମଙ୍ଗଳବାର ପ୍ରସ୍ତୁତି ବୈଠକ ଓ ତାଲିମ୍‌ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। କିଭଳି ଭାବେ ପକ୍ଷୀଗଣନା କରାଯିବ ସେନେଇ ଏହି ଶିବିରରେ ନିଷ୍ପତ୍ତି ନିଆଯିବ। ୨୧ଟି ଟିମ୍‌ କେଉଁ କେଉଁ ସେକ୍ଟରରେ ରହିବେ, ସେମାନଙ୍କ ସହ ‌କେତେଜଣ ପକ୍ଷୀ ବିଶେଷଜ୍ଞ ରହିବେ ସେନେଇ ବୁଧବାର ସ୍ଥିର କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe