ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି: ୩୦ ହଜାର କୁକୁଡ଼ା ମରାଯାଇଛି

ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି।

Bird flu has not been transmitted to humans

ଭୁବନେଶ୍ୱର: ମଣିଷଙ୍କୁ  ବାର୍ଡ ଫ୍ଲୁ ସଂକ୍ରମଣ  ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି।

ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଛି। ଏଥିସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।

ବାର୍ଡ ଫ୍ଲୁକୁ ଦୃଷ୍ଟିରେ ରଖି ଇତି ମଧ୍ୟରେ ୩୦ ହଜାର କୁକୁଡ଼ାଙ୍କୁ ମରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା: ସ୍ଟ୍ରେଚରରେ ରୋଗୀଙ୍କୁ ବୋହି ନେଲେ

ସୂଚନାଯୋଗ୍ୟ, ବାର୍ଡ ଫ୍ଲୁ ଯୋଗୁ ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ଆରଆରଟି ମାରିଲେଣି।

ଅଧିକ ପଢ଼ନ୍ତୁ: ବିଜେଡ଼ି ସରକାରଙ୍କ ୫ ବର୍ଷର ପ୍ରଚାର ଖର୍ଚ୍ଚ ୪୫୨ କୋଟି ୯୬ ଲକ୍ଷ: ମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe