୮ରେ ହୀରାକୁଦରେ ପକ୍ଷୀ ଗଣନା

Advertisment
୮ରେ ହୀରାକୁଦରେ ପକ୍ଷୀ ଗଣନା

Bird Count India

ବ୍ରଜରାଜନଗର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରି ୮ ତାରିଖରୁ ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା କରାଯିବ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା ଅଂଚଳରେ ପକ୍ଷୀ ଗଣନା ପାଇଁ ୪ଟି ସେକ୍ଟର କରାଯାଇଛି। ସେଥିରେ ବ୍ରଜରାଜନଗର ବନାଞ୍ଚଳରେ  ୭ନଂ ସେକ୍ଟରରେ ତିଲିଆ ଅଞ୍ଚଳ, ବେଲପାହାଡ଼ ବନାଞ୍ଚଳରେ ଥିବା ୮ନଂ ସେକ୍ଟରରେ ଝାରପଡା, ୯ନଂରେ ରମ୍ପାଲୁଗାର କିଛିଅଂଶ ଓ ୧୦ନଂ ସେକ୍ଟରରେ ଅବଶିଷ୍ଟ ରମ୍ପାଲୁଗା ରହିଛି। ୭ନଂ ସେକ୍ଟରରେ ଦେବାଶିଷ ସୁବୁଦ୍ଧି, ଡ. ଚିତ୍ରସେନ ସେଠୀ, ସୁନୀଲ ନାୟକ, ପ୍ରଶାନ୍ତ ବାଗ ରହିଛନ୍ତି।

ସେହିପରି ୮ନଂ ସେକ୍ଟରରେ ଶୁଭମ ରାଉତ, ଗୌର ପତି, ସୁରେଶ ତରାଇ, ଗୌରାଙ୍ଗ ସାହୁ, ଜହ୍ନବୀ ରାଣୀ ଖୁଣ୍ଟିଆ ଅଛନ୍ତି। ୯ନଂ ସେକ୍ଟରରେ ଡ. ପ୍ରକାଶ ଜେନା, ବରୟେନ୍ଦୁ ମହାନ୍ତି, ସିଦ୍ଧାର୍ଥ ସାହୁ, ପ୍ରଦୀପ ନାୟକ, ବିକ୍ରମାଦିତ୍ୟ ବେହେରା ଏବଂ ସେକ୍ଟର ୧୦ରେ ଆଶିଷ ଶୁକ୍ଳା, ଅରକ୍ଷିତ ପ୍ରଧାବ, କାଜଲ ଶର୍ମା, ମନୋଜ ଗଣ୍ଡ ରହିଛନ୍ତି। ଏହି ପକ୍ଷୀ ଗଣନା ସେମାନେ ୮ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ କରିବେ। ସେଥିପାଇଁ  ୭ତାରିଖ ଅପରାହ୍ନରୁ ୮ତାରିଖ ଅପରାହ୍ନ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ଚଳିତ ବର୍ଷ ଶୀତ ଲହରୀ ଥିବାରୁ ଅଧିକ ମାତ୍ରାରେ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିବେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe