ଜଗତସିଂହପୁର : ପାରାଦୀପରେ ଏବେ ବାର୍ଡ ଫ୍ଲୁକୁ ନେଇ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ପ୍ରାଣୀ ଚିକିତ୍ସା ବିଭାଗର ମୋଟ୍ ୧୦ଟି ଟିମ୍ ଏଠାରେ ପହଞ୍ଚିଥିବା ବେଳେ ଆଜି ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଅନୁସନ୍ଧାକାରୀ ଟିମ୍ ଆସି ପାରାଦୀପରେ ପହଞ୍ଚିଛି। ଆଜି ଏହି ଟିମ୍ ପ୍ରଥମେ ପାରାଦୀପ ପୌରପାଳିକାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଏହାପରେ ସେମାନେ ବାର୍ଡ ଫ୍ଲୁ ଚିହ୍ନଟ ହୋଇ ଷଣ୍ଢକୁଦ ଅଞ୍ଚଳ ବୁଲି ଦେଖିଥିଲେ। ଏହି ଟିମ୍ ପାଞ୍ଚ ଦିନ ରହିବ ବୋଲି ଜଣାପଡ଼ିଛି। ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୫୦୧ଟି କୁକୁଡା ଓ ୭୩୬ଟି ଅଣ୍ଡାକୁ ମାଟି ତଳେ ପୋତାଯାଇଛି।
ପାରାଦୀପ୍ରେ ବାର୍ଡ ଫ୍ଲୁ : ପୋତାହେଲା ୫୦୧ କୁକୁଡ଼ା
Advertisment
Follow Us