ପାରାଦୀପରେ ବାର୍ଡ-ଫ୍ଲୁ!

Advertisment
ପାରାଦୀପରେ ବାର୍ଡ-ଫ୍ଲୁ!

ପାରାଦୀପ : ପାରାଦୀପରେ ଏବେ ଶହ ଶହ ସଂଖ୍ୟାରେ କାଉ ମରି ପଡ଼ୁଥିବା ଦେଖାଯାଇଛି। ବସ୍ତି ଅଞ୍ଚଳରେ ମଧ୍ୟ ବତକ ମରିବା ଆରମ୍ଭ କଲେଣି। ସପ୍ତାହେ ହେଲା ଏପରି ଘଟଣା ଘଟି ଚାଲିଥିବାରୁ ସହରରେ ଏବେ ଭୟର ବାତାବରଣ ଦେଖାଦେଇଛି। ଏଣୁ ବର୍ତ୍ତମାନ ପକ୍ଷୀମାନେ ବାର୍ଡ-ଫ୍ଲୁ’ ରୋଗରେ ଆକ୍ର୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ଗତକାଲି ଏ ନେଇ ନଖରାସ୍ଥିତ ଆଞ୍ଚଳିକ ପ୍ରାଣୀ ଚିକିତ୍ସା ଓ ଗବେଷଣା କେନ୍ଦ୍ରର ଦୁଇଜଣ ବରିଷ୍ଠ ଅଧିକାରୀ ପାରାଦୀପରେ ପହଞ୍ଚି ସ୍ଥାନୀୟ ପ୍ରାଣୀ ଚକିତ୍ସା ବିଭାଗ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ୫୩ଟି ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ କେନ୍ଦ୍ର୍ରକୁ ନେଇଛନ୍ତି। ରିପୋର୍ଟ ଆସିଲେ ବାର୍ଡ ଫ୍ଲୁ’ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe