ବାହୁଡ଼ିଲେ ପକ୍ଷୀ, ଚିଲିକା ଖାଁ ଖାଁ: କମିଗଲା ପର୍ଯ୍ୟଟକଙ୍କ ଆଗମନ

Advertisment

ନୂତନ ବର୍ଷ ଆରମ୍ଭରୁ ଚିଲିକା ପର୍ଯ୍ୟଟକଙ୍କ ପାଇଁ ଚଳଚଞ୍ଚଳ ଥିବା ବେଳେ ଏବେ ଖାଁ ଖାଁ ଲାଗିଲାଣି। ଶୀତ ଋତୁରେ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ବିଦେଶାଗତ ପକ୍ଷୀମାନେ ନଭେମ୍ବରରୁ ଫେବ୍ରୁଆରି ମାସର ଶେଷ ପର୍ଯ୍ୟନ୍ତ ଚିଲିକାରେ ଆଡ଼ା ଜମାନ୍ତି।

ନୂତନ ବର୍ଷ ଆରମ୍ଭରୁ ଚିଲିକା ପର୍ଯ୍ୟଟକଙ୍କ ପାଇଁ ଚଳଚଞ୍ଚଳ ଥିବା ବେଳେ ଏବେ ଖାଁ ଖାଁ ଲାଗିଲାଣି। ଶୀତ ଋତୁରେ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ବିଦେଶାଗତ ପକ୍ଷୀମାନେ ନଭେମ୍ବରରୁ ଫେବ୍ରୁଆରି ମାସର ଶେଷ ପର୍ଯ୍ୟନ୍ତ ଚିଲିକାରେ ଆଡ଼ା ଜମାନ୍ତି।

hfhfhfh

ବାଲୁଗାଁ:  ନୂତନ ବର୍ଷ ଆରମ୍ଭରୁ ଚିଲିକା ପର୍ଯ୍ୟଟକଙ୍କ ପାଇଁ ଚଳଚଞ୍ଚଳ ଥିବା ବେଳେ ଏବେ ଖାଁ ଖାଁ ଲାଗିଲାଣି। ଶୀତ ଋତୁରେ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ବିଦେଶାଗତ ପକ୍ଷୀମାନେ ନଭେମ୍ବରରୁ ଫେବ୍ରୁଆରି ମାସର ଶେଷ ପର୍ଯ୍ୟନ୍ତ ଚିଲିକାରେ ଆଡ଼ା ଜମାନ୍ତି।। ଚିଲିକାର ଜଳବାୟୁ  ଓ ପର୍ଯ୍ୟାପ୍ତ ଖାଦ୍ୟ ଏହି ବିଦେଶାଗତ ପକ୍ଷୀମାନଙ୍କୁ ସୁହାଉ ଥିବା ବେଳେ ଚଳିତବର୍ଷ ଚିଲିକାରେ ଅଧିକ ପାଣି ଥିବାରୁ ପର୍ଯ୍ୟାପ୍ତ ଖାଦ୍ୟ ଅଭାବରୁ ସେମାନେ ଅନ୍ୟତ୍ର ଚାଲି ଯାଇଛନ୍ତି। ଚଳିତବର୍ଷ ବିଦେଶାଗତ ଅନେକ ପ୍ରଜାତିର ଦେଖା ଦେଇଥିଲେ।

କମିଗଲା ପର୍ଯ୍ୟଟକଙ୍କ ଆଗମନ
ହାତଟେକି ବସିଛନ୍ତି ବୋଟ୍‌ମାଲିକ

ଏହି ବିଦେଶାଗତ ପକ୍ଷୀଙ୍କ ସମାଗମ ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ।  ଫଳରେ ଦେଶବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ମାତ୍ର ଦୁଇ ଦିନ ହେବ ହଠାତ ତାପମାତ୍ରାରେ ବୃଦ୍ଧି, ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ କରିଛି । ଦିନକୁଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗର ସୂଚନା ପାର ଚିଲିକା ଏବେଠାରୁ ଖାଁ ଖାଁଲାଗିଲାଣି। ଶନିବାର ବଡ଼କୁଳ  ପାନ୍ଥନିବାସ ନିକଟରେ ଥିବା ବୋଟ୍‌ ସଂଘର ଅଧିକାଂଶ ବୋଟ୍‌ ବନ୍ଦ ହୋଇଯାଇଥିଲା। ପର୍ଯ୍ୟଟକଙ୍କୁ ଅପେକ୍ଷା କରି ବୋଟଚାଳକ ଓ ମାଲିକମାନେ ହତାଶ ହେଇଛନ୍ତି।  ବାଲୁଗାଁ କାଳିଜାଈ ବୋଟ ସଂଘର ୧୧୨ଖଣ୍ଡ ବୋଟ ଓ ବଡ଼କୁଳ ଚିଲିକା କୂଳରେ ଥିବା ୨ଶହରୁ ଊର୍ଦ୍ଧ୍ବ ବୋଟ ମାଲିକ ଏଭଳି ସ୍ଥିତିରେ କ’ଣ କରିବେ ସ୍ଥିର କରିପାରୁନାହାନ୍ତି। ଏ ସମ୍ପର୍କରେ ବାଲୁଗାଁ କାଳିଜାଈ ବୋଟ୍‌ ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି ଚିଲିକା କୂଳରେ ପର୍ଯ୍ୟଟକଙ୍କ ପାଇଁ କୌଣସି ମୌଳିକ ସୁବିଧା ସହ ସୁରକ୍ଷା ନଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସୁନାହାନ୍ତି ।ସରକାରୀ କଳ ଚିଲିକା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଲେ ଏଠାରେ ରାଜସ୍ୱ ବିଭାଗ ସହିତ ସ୍ଥାନୀୟ ଲୋକମାନେ ଉପକୃତ ହେବେ ବୋଲି ଶ୍ରୀ ବେହେରା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe