ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର

Advertisment
ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ  ଯୁବକବି ଜୟଦ୍ରଥ ସୁନା ପାଇବେ  ସାହିତ୍ୟ ଅକାଦେମି ପୁରସ୍କାର

ଯୁବକବି ଜୟଦ୍ରଥ ସୁନା ଓ ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି

ଭୁବନେଶ୍ୱର: ଓଡ଼ିଶାର ଜଣାଶୁଣା ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବସାହିତ୍ୟିକ  ଜୟଦ୍ରଥ ସୁନାଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର। ଆଜି ଆସାମର ଗୌହାଟୀ ଠାରେ କେନ୍ଦ୍ର ସାହିତ୍ୟ ଅକାଦେମୀ ସାଧାରଣ ପରିଷଦ ବୈଠକରେ ଦେଶର ବିଭିନ୍ନ ଭାଷା ପାଇଁ ଶିଶୁ ଓ ଯୁବ ସାହିତ୍ୟ ବିଭାଗ ଲାଗି ଅକାଦେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତିଙ୍କୁ ତାଙ୍କ କବିତା ସଂକଳନ ‘ରୁୁମ୍‌କୁ ଝୁମା’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ଶିଶୁ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ କବି ଜୟଦ୍ରଥ ସୁନା ତାଙ୍କ କବିତା ପୁସ୍ତକ ‘ଶୋଷ’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe