ନାମଯଜ୍ଞ ମଣ୍ଡପ ସ୍ଥାନ ଦାବିରେ ବୀରମହାରାଜପୁର ବନ୍ଦ

ନାମଯଜ୍ଞ ମଣ୍ଡପ ସ୍ଥାନ ଦାବିରେ ବୀରମହାରାଜପୁର ବନ୍ଦ

ବୀରମହାରାଜପୁର: ବୀରମହାରାଜପୁରର ପ୍ରସିଦ୍ଧ ଦୋଳ ପୂର୍ଣ୍ଣିମା (ଫଗୁନପୁନି) ଅବସରରେ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ୭୦ ବର୍ଷ ଧରି ଏହା ପାଳନ କରାଯାଇ ଆସୁଛି। କିନ୍ତୁ ଚଳିତ ବର୍ଷ ବୀରମହାରାଜପୁର ବ୍ଲକ୍‌ ପ୍ରଶାସନ ସରକାରୀ ସ୍ଥାନକୁ ଜବରଦଖଲରୁ ବଞ୍ଚାଇବା ନାଁ’ରେ ୧ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ଅଟକଳରେ ଯଜ୍ଞ ହେଉଥିବା ସ୍ଥାନକୁ ଆବଦ୍ଧ କରି ପାଚେରି ନିର୍ମାଣ କରିଛି। ଯଦ୍ବାରା ଏଥର ଫଗୁନପୁନି ଯାତ୍ରା ପାଇଁ ଅନିଶ୍ଚିତତା ଲାଗି ରହିଥିଲା। ଉକ୍ତ ପାଚେରି ନିର୍ମାଣକୁ ନେଇ ପ୍ରଶାସନ ଓ ନାମଯଜ୍ଞ କମିଟି ମଧ୍ୟରେ ଆପୋସ ବୁଝାମଣା ହୋଇ ନପାରିବାରୁ ପ୍ରତିବାଦ ସ୍ବରୂପ ସୋମବାର ୧୨ ଘଣ୍ଟିଆ ବୀରମହାରାଜପୁର ସହର ବନ୍ଦ ଡାକରା ଦିଆଯାଇଥିଲା।

ବନ୍ଦ ପାଇଁ ଆଜି କୌଣସି ପିକେଟିଂ ହୋଇ ନଥିବା ବେଳେ ସହରର ସମସ୍ତ ଦୋକାନ, ଦୈନିକ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଯାନବାହନ ଚଳାଚଳ ସ୍ୱାଭାବିକ ଥିବା ବେଳେ ସରକାରୀ ଅଫିସ, ସ୍କୁଲ, କଲେଜ, ବ୍ୟାଙ୍କ ଆଦି ଖୋଲା ରହିଥିଲା। ଏ ନେଇ ଆଜି ବ୍ଲକ୍‌ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ଫଗୁନପୁନି ଯାତ୍ରା କମିଟି ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ପରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଯଜ୍ଞ ମଣ୍ଡପ ସ୍ଥାନ ପରିଦର୍ଶନ କରି ତଦନ୍ତ କରିବା ସହ ମଣ୍ଡପ ପାଇଁ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ବେଳେ ନାମଯଜ୍ଞ କମିଟିର ବହୁ ସଭ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe