ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା : ୧୨ ପୁଲିସ କର୍ମଚାରୀଙ୍କ ଟିଆଇ ପରେଡ୍‌

ରାଜଧାନୀରେ ଚାଞ୍ଚଲ୍ୟ : ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

India Today

ରାଉରକେଲା : ବହୁ ଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଆଜି ଓ ଗତକାଲି ଦୁଇ ଦିନରେ ବୀରମିତ୍ରପୁର ଥାନାର କାର୍ଯ୍ୟରତ ୧୨ ପୁଲିସ କର୍ମଚାରୀଙ୍କ ଟିଆଇ ପରେଡ୍‌ କରାଯାଇଛି। ଆସନ୍ତା ଦିନରେ ବୀରମିତ୍ରପୁର ଥାନା ଅଧୀନରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀଙ୍କ ଟିଆଇ ପରେଡ୍‌ କରାଯିବ ବୋଲି ଜଣାପଡ଼ିଛି।

ସେପଟେ ଥାନାର ଉପର ମହଲାରେ ରହିଥିବା ସିସିଟିଭିର ହାର୍ଡଡିକ୍ସକୁ ଘରୋଇ ଲୁଚାଇ ରଖିଥିବା ଜଣେ ଗୃହରକ୍ଷୀ କ୍ରାଇମବ୍ରାଞ୍ଚ ଟାର୍ଗେଟରେ ରହିଛନ୍ତି। ଗୃହରକ୍ଷୀ ଜଣକ କୁଆଡେ ଜେଲରେ ଥିବା ବହିଷ୍କୃତ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ସୁରକ୍ଷା ଦେବାକୁ ଏଭଳି କରିଥିଲେ। କ୍ରାଇମବ୍ରାଞ୍ଚ ଟିମ୍‌ ତନାଘନା କରିବା ପରେ ଗୃହରକ୍ଷୀଙ୍କ ଘରୁ ହାର୍ଡଡିକ୍ସକୁ ଜବତ କରିଥିଲା। ହାର୍ଡଡିକ୍ସରେ ଥାନାର ଉପର ମହଲାରେ ଚାଲିଥିବା ଅନୈତିକ କାର୍ଯ୍ୟର ଚିତ୍ର ଉତ୍ତୋଳିତ ହୋଇଛି କି ନାହିଁ, କ୍ରାଇମବ୍ରାଞ୍ଚ ତା'ର ତଦନ୍ତ କରୁଛନ୍ତି। କୁହାଯାଉଛି ଯେ ବହିଷ୍କୃତ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ଜେଲ୍‌ ଗଲା ପରେ କ୍ରାଇମବ୍ରାଞ୍ଚ ଟାର୍ଗେଟରେ ଥିବା ଗୃହରକ୍ଷୀ ଜଣକ ଥାନାର ପ୍ରାୟ ଅଧିକାଂଶ ତୁଲାଉଛନ୍ତି। ଡିସିପିଓ ରାଏବୋଗା ଥାନାରେ ଦେଇଥିବା ଲିଖିତ ଏତଲାରେ ଯେଉଁ ଅନ୍ୟ ଜଣେ ପୁଲିସ କର୍ମଚାରୀଙ୍କ ନାଁ ଉଲ୍ଲେଖ କରିଥିଲେ, ସେ ଏହି କରିତ୍‌କର୍ମା ଗୃହରକ୍ଷୀ କି ନା, ତା'କୁ ନେଇ ବୀରମିତ୍ରପୁରରେ ଖୁବ୍ ଆଲୋଚନା ହେଉଛି। ଉଲ୍ଲେଖଯୋଗ୍ୟ ଯେ ବହୁ ଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ବହିଷ୍କୃତ ଥାନା ଅଧିକାରୀ ଆଚନ୍ଦ ଚନ୍ଦ୍ର ମାଝି ଓ ବୀରମିତ୍ରପୁର ସିଏଚ୍‌ସି ଡାକ୍ତର ଦେବାଶିଷ‌ ଘୋଷ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଗତ ମେ' ୧୪ ତାରିଖରେ ବୀରମିତ୍ରପୁର ପୁଲିସ ନାବାଳିକାଙ୍କୁ ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରିଥିଲେ। ୧୬ ତାରିଖରେ ତାଙ୍କର ଗର୍ଭପାତ କରାଯାଇଥିଲା। ୨୩ ତାରିଖରେ ଡିସିପିଓ ରାଏବୋଗା ଥାନାରେ ଲିଖିତ ଏତଲା ଦେଇଥିଲେ। ୨୬ ତାରିଖରେ ଥାନା ଅଧିକାରୀ ଆନନ୍ଦ ମାଝିଙ୍କୁ ପୁଲିସ ମହାନିର୍ଦ୍ଦେଶକ ଚାକିରୀରୁ ନିଲମ୍ବନ କରିଥିଲେ। ପରେ ତାଙ୍କୁ ଗିରଫ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe