ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌

ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌

ଭୁବନେଶ୍ବର : ରାଉରକେଲାରେ ୨୧ ହଜାର ବସିବା କ୍ଷମତା ବିଶିଷ୍ଟ ନବ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌ ଗିନିସ୍‌ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛି। ଶନିବାର ୫ଟି ସଚିବ ଭିକେ ପାଣ୍ଡିଆନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଖୁସିକୁ ବାଣ୍ଟିବା ବେଳର ଏକ ଭିଡିଓ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୫ଟି ସଚିବ ପହଞ୍ଚି ସିଧାସଳଖ ଏହି ଖୁସି ଖବର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମଧ୍ୟ ଉଲ୍ଲସିତ ହେବା ସହ ରାଜ୍ୟବାସୀଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ୧୫ ମାସ ମଧ୍ୟରେ ଷ୍ଟାଡିୟମ୍‌ ନିର୍ମାଣ ହୋଇଥିବାରୁ ଏହା ରାଜ୍ୟ ପାଇଁ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଥିଲେ। ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ଏହି ଷ୍ଟାଡିୟମ୍‌ରେ ପ୍ରଥମ ଆନ୍ତର୍ଜାତିକ ହକି ମ୍ୟାଚ୍‌ ଖେଳାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe