‘ନିଜକୁ ସମର୍ପି ଦେଇଥିବା ଜଣେ ଉଜ୍ଜଳ ଜ୍ୟୋତିସ୍କ ହେଉଛନ୍ତି ଗୋପବନ୍ଧୁ ଦାସ’

Advertisment

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ପୂରାତନ ଛାତ୍ର ଅନୁଷ୍ଠାନ ଅନିକୁଲ୍ୟରେ ଗୋପବନ୍ଧୁ ଛାତ୍ରାବାସ ପରିସରରେ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ପାବିତ୍ର ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ପୂରାତନ ଛାତ୍ର ଅନୁଷ୍ଠାନ ଅନିକୁଲ୍ୟରେ ଗୋପବନ୍ଧୁ ଛାତ୍ରାବାସ ପରିସରରେ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ପାବିତ୍ର ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି।

IMG_20251009_115043

ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସ୍ଥିତ ପୂରାତନ ଛାତ୍ର ଅନୁଷ୍ଠାନ ଅନିକୁଲ୍ୟରେ ଗୋପବନ୍ଧୁ ଛାତ୍ରାବାସ ପରିସରରେ ସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ପାବିତ୍ର ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ପୁରାତନ ଛାତ୍ର ସଂଗଠନର ସଭାପତି ଡ. ହାଡିବନ୍ଧୁ ପଟ୍ଟନାୟକ ସ୍ବାଗତ ଭାଷଣରେ ପଣ୍ତିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ, ସଂଗ୍ରାମ ଓ ସାଧନା ର ଏକ ଅଲିଭା ସ୍ୱାକ୍ଷର ଭାବରେ ପ୍ରତିପାଦିତ କରି ଥିଲେ।

ମୁଖ୍ୟ ଅତିଥି ଭାବରେ ସରାଙ୍ଗ ସ୍ଥିତ ସରକାରୀ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟେ ଅଫ୍‌ ଟେକ୍ନୋଲୋଜି ଅନୁଷ୍ଠାନର ପ୍ରଫେସର୍ ନଳିନୀ କାନ୍ତ ଚୌଧୁରୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କୁ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଥିବା ଏକ କର୍ମଯୋଗୀ ଓ ଜଗତ ପାଇଁ ନିଜକୁ ସମର୍ପି ଦେଇଥିବା ଜଣେ ଉଜ୍ଜଳ ଜ୍ୟୋତିସ୍କ, ଯାହାଙ୍କର ପ୍ରଭା ଓ ଆଭା ଆଜି ମଧ୍ୟ ସାରା ଜଗତକୁ ନିଃସ୍ଵାର୍ଥପର ସମାଜସେବାର ରାସ୍ତା ଦେଖାଉଛି।

କାର୍ଯ୍ୟକାରି ସଦସ୍ୟ ଚକ୍ରଧର ଦାଶ ପଣ୍ତିତ ଗୋପବନ୍ଧୁ ଦାସଙ୍କ ସ୍ମୃତି ଚାରଣ କରି ତାଙ୍କୁ ଏକ ଯୁଗ ଅବତାର ଓ ଦେଶ ପ୍ରାଣ ଜାତି ମନସ୍କ ଉତ୍କଳ ମାଟି ର ସୁଯୋଗ୍ୟ ସନ୍ତାନ ଭାବରେ ଅଭିହତ୍ କରିଥିଲେ। ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପାତାଳ ସିଂହ ଶ୍ରଦ୍ଧା ସୁମନ ଅର୍ପଣ ସହିତ ତାଙ୍କ ବାର୍ତ୍ତା ରେ ଉତ୍କଳମଣି ଙ୍କୁ ବିଶ୍ଵ ମଣି ଓ ଭାରତ ରତ୍ନ ଉପାଧି ପ୍ରଦାନ କରାଯିବ ଉଚିତ। ଗୋପବନ୍ଧୁଙ୍କ ବ୍ୟକ୍ତିତ୍ଵ ସହିତ କେବଳ ଗୋପବନ୍ଧୁ ହିଁ ତୁଳନୀୟ। ଆଜି ର ଛାତ୍ର ସମାଜ ଜେନେରେସନ ଆଲ୍ଫା ର ଅନୁଗାମୀ ହେବା ଅପେକ୍ଷା ପଣ୍ଡିତ ଗୋପବନ୍ଧୁଙ୍କ ଦ୍ଵାରା। ପ୍ରତିଷ୍ଠିତ ରାସ୍ତା ଅନୁସରଣ କଲେ ଏକ ଅତିମାନବିୟ ସୃଷ୍ଟି ପ୍ରତିଷ୍ଠା ରେ ସହଭାଗୀ ହୋଇ ପାରିବେ।

ଐତିହାସିକ ଡ଼. ନଗେନ୍ଦ୍ର ନାଥ ମିଶ୍ର ତାଙ୍କ ସ୍ମୃତି ଚାରଣରେ ଉତ୍କଳ ମଣି ଗୋପବନ୍ଧୁଙ୍କର ଜୀବନୀ ଏବଂ ସାହିତ୍ୟିକ କୃତିର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସହ ସମ୍ପାଦିକା ଜ୍ୟୋସ୍ନା ରାଣୀ ଦାଶ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ମାନସୀ ଗୋସ୍ୱାମୀଙ୍କ ପ୍ରେରଣା ଓ ଅନୁଷ୍ଠାନର ଶିକ୍ଷକ, ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଭୁସୀୟ ପ୍ରଶଂସା କରି କୃତଜ୍ଞତା ଜ୍ଞାପନ କରିଥିଲେ। ଛାତ୍ରାବାସର ୱାର୍ଦେନ୍ ଓ ଉପସ୍ଥିତ ଛାତ୍ରୀମାନଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ର କୋଷାଧ୍ୟକ୍ଷ ବିଜୟ କୁମାର ରାଉତ କାର୍ଯୟନିର୍ବାହୀ ଅଧିକାରୀ ଭାବରେ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe