'ସମ୍ବାଦ' ଓ ଆମ ଓଡ଼ିଶା ପକ୍ଷରୁ କଟକରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

Advertisment
'ସମ୍ବାଦ' ଓ ଆମ ଓଡ଼ିଶା ପକ୍ଷରୁ କଟକରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

କଟକ: 'ସମ୍ବାଦ' ଓ ଆମ ଓଡ଼ିଶା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ଗୋରାକବରଠାରେ ପାଳନ ହୋଇଯାଇଛି। 'ସମ୍ବାଦ'ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଷ୍ଟିସ ବିଶ୍ୱନାଥ ରଥ ଯୋଗଦେଇଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମିର ଆବାହକ ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଆମ ଓଡ଼ିଶା ସମ୍ପାଦକ ସ୍ୱରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଟକ ମେୟର୍ ସୁବାସ ଚନ୍ଦ୍ର ସିଂହ, 'ସମ୍ବାଦ'ର ସିଜିଏମ ଅରବିନ୍ଦ ଦାସ, କଟକ ସଂସ୍କରଣ ମୁଖ୍ୟ କୃଷ୍ଣ ପ୍ରସାଦ ଦାସ ଙ୍କ ସମେତ ସମସ୍ତ ପ୍ରତିନିଧି ଉପସ୍ଥିତ ରହିଥିଲେ। ମଧୁକୁଞ୍ଜ ଉଦ୍ୟାନଠାରେ ଆମ ଓଡ଼ିଶା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe