‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବଲପୁର‌ରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ  ଜୟନ୍ତୀ

‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବଲପୁର‌ରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ  ଜୟନ୍ତୀ

ସମ୍ବଲପୁର: ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ  ଜୟନ୍ତୀ ଉତ୍ସବ ସମ୍ବଲପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଇଥିଲା, ଯେଉଁଥିରେ ଶହ ଶହ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ନୃତ୍ୟଗୀତର ଆସର ଜମିଥିଲା। ସେହିପରି ଜେଲ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ମୃତି ଚାରଣ କରାଯାଇଥିଲା।

‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଫୋର୍ ସି ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ଉଦବୋଧନ ଦେଇ ତନୟା ପଟ୍ଟନାୟକ ମାଟି ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ସ୍ବାଗତ ଭାଷଣ ଦେଇଥିବା ବେଳେ ଡିଜିଏମ୍(ନ୍ୟୁଜ୍) ସୁବ୍ରତ ନାୟକ ଅତି୍ଥି ପରିଚୟ ପ୍ରଦାନ କରିଥିଲେ। କନକ ନ୍ୟୁଜ୍ ପ୍ରତିନିଧି ବିଷ୍ଣୁ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe