ବୀରବିକ୍ରମ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବୀରବିକ୍ରମ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ସୁପ୍ରିମକୋର୍ଟଙ୍କ ଆଦେଶକୁ ପୁଣି ଅବମାନନା। ପୁଣିଥରେ ଶ୍ରୀମନ୍ଦିରରେ ଦାୟିତ୍ବ ସମ୍ଭାଳିବ ଅସ୍ଥାୟୀ ମୁଖ୍ୟ ପ୍ରଶାସକ। ରାଜ୍ୟ ସରକାର ଆଜି ଏଭଳି ଆଦେଶ କରିଛନ୍ତି। ପୁଣିଥରେ ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେପଟେ ନିକଟରେ ଜିଲ୍ଲାପାଳରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହୋଇଥିବା ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳରୁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ହୋଇଥିବା ପ୍ରଦୀପ କୁମାର ସାହୁଙ୍କୁ ଭୁବନେଶ୍ବର ପୂର୍ତ୍ତ ବିଭାଗକୁ ବଦଳି କରାଯାଇଛି।

ସୁପ୍ରିମକୋର୍ଟଙ୍କ ବାରମ୍ବାର ଛାଟ ପରେ ୨୦୨୩ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିରରେ ପ୍ରଥମଥର ପାଇଁ ପୂର୍ଣ୍ଣକାଳୀନ ତଥା ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରଂଜନ କୁମାର ଦାସଙ୍କୁ ନିଯୁକ୍ତି ଦେଇଥିଲେ। ସତ୍ୟପାଠ ଜରିଆରେ ବି ରାଜ୍ୟ ସରକାର ଏ ସଂପର୍କରେ କୋର୍ଟଙ୍କୁ ଅବଗତ କରିଥିଲେ। କିନ୍ତୁ ଇତିମଧ୍ୟରେ ଶ୍ରୀ ଦାସଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ବଦଳରେ ପୂର୍ବତନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ନିର୍ବାଚନ କମିସନଙ୍କୁ ଛାଟ ପରେ ଶ୍ରୀ ବର୍ମାଙ୍କ ବଦଳି କରି ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଦିନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବି ଖାଲି ପଡ଼ିବା ପରେ ଆଜି ରାଜ୍ୟ ସରକାରୀ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କୁ ପୁଣିଥରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। ସେ ପୂର୍ତ୍ତ ସଚିବ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଅନ୍ୟପଟେ ପ୍ରଦୀପ କୁମାର ସାହୁଙ୍କୁ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ପୂର୍ବରୁ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପୂର୍ବତନ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ବି ଶ୍ରୀମନ୍ଦିରକୁ ବଦଳି କରାଯାଇଥିଲା। ସେମାନଙ୍କୁ ଭୁବନେଶ୍ବର ବଦଳି କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe