ଚନ୍ଦ୍ରଶେଖରପୁର : ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ତଥା ଶାସକ ବିଜେଡ଼ି ଦଳିତ ସେଲ୍ ମୁଖ୍ୟ ବିଷ୍ଣୁ ଦାସ ଆଜି ସନ୍ଧ୍ୟାରେ ଗୁରୁତର ହୋଇପଡ଼ିଛନ୍ତି। ପ୍ରଥମେ ଶ୍ରୀ ଦାସଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଶ୍ରୀ ଦାସ ବର୍ତ୍ତମାନ ନ୍ୟୁରୋ ଆସିୟୁରେ ଭର୍ତ୍ତି ହୋଇଥିବା ହସ୍ପିଟାଲ୍ ସୂତ୍ରରୁ ସୂଚନା ମିଳିଛି। ତେବେ ଶ୍ରୀ ଦାସ ଉଚ୍ଚରକ୍ତଚାପ, ଡାଇବେଟିସ୍ ଜନିତ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟଯେ ଗତକାଲି ମୁଖ୍ୟମନ୍ତ୍ରୀ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଦାସଙ୍କ ଉପରେ ବିରକ୍ତ ହୋଇଥିବା ଆଜି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଶ୍ରୀ ଦାସ ଚର୍ଚ୍ଚାରେ ଅଛନ୍ତି।
ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଗୁରୁତର
Advertisment
Follow Us