ବିଷ୍ଣୁ ପ୍ରତିମୂର୍ତି ବିବାଦ: କଂଗ୍ରେସ ନେତାଙ୍କ ଅନଶନ

Advertisment
ବିଷ୍ଣୁ ପ୍ରତିମୂର୍ତି ବିବାଦ: କଂଗ୍ରେସ ନେତାଙ୍କ ଅନଶନ

The New Indian Express

ଜଗତସିଂହପୁର/ରଘୁନାଥପୁର : ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ୩ ଦିନ ହେବ ଆମରଣ ଅନଶନ ଚଳାଇଛନ୍ତି। ଏଣେ ନବନିର୍ମାଣ କୃଷକ ସଂଗଠନ ୪ ଦିନ ହେବ ଏ ପ୍ରସଙ୍ଗରେ ଧାରଣା ଜାରି ରଖିଛି। ଅନଶନରତ ହିମାଂଶୁ ଆଜି ଅନଶନ ସ୍ଥଳରେ ଅସୁସ୍ଥ ହୋଇ ପଡିଥିବା ବେଳେ ଗତକାଲି ଛାତ୍ର ନେତା ଇନ୍ଦ୍ର ନୀଳମଣି ଅନଶନ ଅବସ୍ଥାରେ ଗୁରୁତର ହୋଇ ପଡିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ କିନ୍ତୁ ଏ ପ୍ରସଙ୍ଗରେ ନିରବଦ୍ରଷ୍ଟା ସାଜିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅନଶନ ସ୍ଥଳରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ପିସିସି ମିଡିଆ ସେଲ୍ ଅଧକ୍ଷ ସତ୍ୟପ୍ରକାଶ ନାୟକ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ପହଞ୍ଚିବା ସହିତ ଜିଲ୍ଲାପ୍ରଶାସନ ତୁରନ୍ତ ଏହି ନିଷ୍ପତ୍ତିକୁ ନବଦଳାଇଲେ ସାରା ରାଜ୍ୟରେ ଜନଆନ୍ଦୋଳନ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି।

ପ୍ରତିମୂର୍ତ୍ତିକୁ ଯେଉଁ ସ୍ଥିତିରେ ରଖାଯାଇଛି ତାହା ଉଭୟ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ସ୍ବର୍ଗତ ନେତା ବିଷ୍ଣୁ ଦାସଙ୍କ ପ୍ରତି ଅସମ୍ମାନ ବୋଲି ସତ୍ୟ ନାୟକ କହିଛନ୍ତି। ଅନ୍ୟସ୍ଥାନରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉ ନଥିବା ବେଳେ ରଘୁନାଥପୁରରେ କାହିଁକି ବିରୋଧ କରାଯାଉଛି, ତାହା ପ୍ରଶାସନ ବୁଝିବା ଦରକାର ଏବଂ ତୁରନ୍ତ ପ‌ଦକ୍ଷେପ ନେବା ଦରକାର ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଉତ୍କଳମଣି ଗୋପବଂଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଗୋଟିଏ ଛାତ ତଳେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ବିରୋଧ କରାଯିବା ପରେ ଦୁଇ ପ୍ରତିମୂର୍ତ୍ତି ଭିତରେ ପାଚେରି ତିଆରି କରି ପ୍ରଶାସନ ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଜିଲ୍ଲା ଯୁବ କଂଗ୍ରସ ସଭାପତି ପ୍ରଶାନ୍ତ ମଲ୍ଲିକ, ଜିଲ୍ଳା କଗ୍ରେସ ସଂପାଦକ ଅକ୍ଷୟ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଂଜନ ଜେନା, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ସୁନିଲ ମାଟିଅା, ଜିଲ୍ଲା ଛାତ୍ର କଂଗ୍ରେସ ପ୍ରଭାରୀ ଅବିନାଶ ନନ୍ଦ, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ପ୍ରିତମ୍ ପରିଜା ପ୍ରମୁଖ ମଧ୍ୟ ଆଜି ଧାରଣାସ୍ଥଳରେ ପହଞ୍ଚି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe