ବିଶ୍ରା ଗଣଦୁଷ୍କର୍ମ ମାମଲା : ୩ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌

ଜବତ ଗାଡ଼ିକୁ ଥାନାରୁ ବାହାର କରିବା ଉଦ୍ୟମ : ଅଦାଲତଙ୍କ ନକଲି ଆଦେଶ ତିଆରି କରି ଜେଲ୍ ଗଲେ ଓକିଲ

banglanews24.com

କେନ୍ଦୁଝର/ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳର ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ଗୁରୁବାର କେନ୍ଦୁଝର ଜିଲ୍ଲା ଦୌରାଜଜ ୩ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ଆଦେଶ ରହିଛି।

ଘଟଣାରୁ ପ୍ରକାଶ ଯେ, ବିଶ୍ରା ଥାନା ଅନ୍ତର୍ଗତ ବିରକେରା ଗ୍ରାମର ୪ ଜଣ ମହିଳା ଗତ ୨୦୧୭ ଜୁଲାଇ ୧୭ ତାରିଖ ସଂଧ୍ୟାରେ ବିଲରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ସେହି ଗ୍ରାମର ୨ ଜଣ ଯୁବକ ରାଜେଶ ଲାକ୍ରା (୩୫) ଓ ନିହିମିଆ ଲାକ୍ରା (୩୩) ଜଣେ ମହିଳାଙ୍କୁ ରାସ୍ତାକଡ଼ର ଏକ ଗଛମୂଳକୁ ଉଠାଇ ନେଇଥିଲେ। ଅନ୍ୟ ୩ ମହିଳା ଭୟରେ ଘଟଣାସ୍ଥଳ‌ରୁ ଦୌଡ଼ି ପଳେଇଥିଲେ। ପୀଡ଼ିତା ବିକଳ ହୋଇ ଛାଡିଦେବାକୁ ନିବେଦନ କରିଥିଲେ ମଧ୍ୟ ଯୌନପିଶାଚମାନେ ତାଙ୍କୁ ଜଣକ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହିସମୟରେ ସେହି ଗ୍ରାମର ଅଜିତ୍ ଲଲିତ ଗୁରୁଆ ଓରଫ ଲାଲା (୪୩) ସେଠାରେ ପହଞ୍ଚିଥିଲା। ଅଜିତ ମହିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଆଉ କାହାରିକୁ ଘଟଣା ସଂପର୍କରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏ ସଂପର୍କରେ ପୀଡ଼ିତା ବିଶ୍ରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୧୨୧/୨୦୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ରାଉରକେଲା କୋର୍ଟରେ ଶୁଣାଣି ହୋଇପାରି ନଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲାକୁ କେନ୍ଦୁଝର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। କେନ୍ଦୁଝର ଏସଟି କେସ ନମ୍ବର ୯୬/୧୨୧/୨୦୧୯/୨୦୧୭ ଗତ ୨୦୧୯ ଅକ୍ଟୋବର ୧୫ ତାରିଖରୁ କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। କେନ୍ଦୁଝର ଜିଲ୍ଲା ଦୌରାଜଜ୍ ବେଣୁଧର ପାତ୍ର ୧୩ ଜଣ ସାକ୍ଷୀଙ୍କ ବୟାନକୁ ଶୁଣିବା ପରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ କୁହାଯାଇଛି। ସେହିପରି ନିହିମିଆ ପୀଡ଼ିତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ତାକୁ ଅଧିକ ୩ ମାସ ଜେଲଦଣ୍ଡ ଆଦେଶ ଦେଇଥିଲେ। ଜରିମାନା ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରାଯିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe