ବିଶ୍ରା କଣ୍ଟେନମେଣ୍ଟ ଜୋନରେ ଟିମ୍ ଆରଏମସିର ସହାୟତା ଜାରି

Advertisment

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ବଜରଙ୍ଗ ସେବା ଦଳ

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ବଜରଙ୍ଗ ସେବା ଦଳ

ବିଶ୍ରା କଣ୍ଟେନମେଣ୍ଟ ଜୋନରେ ଟିମ୍ ଆରଏମସିର ସହାୟତା ଜାରି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା କଣ୍ଟେନମେଣ୍ଟ ଜୋନରେ ଟିମ୍ ଆରଏମସି ପକ୍ଷରୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ଗତ ଦୁଇ ଦିନରୁ ଏହି ଅଞ୍ଚଳରେ ସାନିଟାଇଜେସନ୍ କାର୍ଯ୍ୟ ଚାଲିଛି ଏବଂ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ଦ୍ୱାର ଘରକୁ ପହଞ୍ଚାଇବାରେ ଟିମ୍ ଆରଏମସି ସୁବିଧା କରୁଛି |

ସୂଚନାଯୋଗ୍ୟ, ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଗତକାଲି  ବିଶ୍ରା  କଣ୍ଟେନମେଣ୍ଟ ଜୋନ୍ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ l ବାରେକରେ ରହୁଥିବା ପୁଲିସଙ୍କ ସମସ୍ୟା, କ୍ୟାଣ୍ଟିନର ପରିଷ୍କାର ପରିଚ୍ଛନ୍ନତା ସଂକ୍ରାନ୍ତରେ ଦାୟିତ୍ୱରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏନେଇ ଏସପିଙ୍କ କାର୍ଯ୍ୟାଳୟରେ ଡିଆଇଜି କବିତା ଜାଲାନ, ଏସପି କେ. ଶିବା ସୁବ୍ରମଣୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ।

ଏହାଛଡ଼ା ସେ  ରାଉରକେଲା ସହରର  ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ l ତାଙ୍କ ସହ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଗୁଇନ୍ଦା) ରାଧାକୃଷ୍ଣ ଶର୍ମା ଯାଇଥିଲେ l

publive-image

ଏଣେ ଆଜି ବଜରଙ୍ଗ ସେବା ଦଳ ପକ୍ଷରୁ ରାଉରକେଲା ମହାନଗର ନିଗମର ୮୬ ଜଣ ସଫେଇ କର୍ମଚାରୀଙ୍କୁ କୋଏଲ ନଗର ଠାରେ ସମ୍ବର୍ଦ୍ଧିତ କରାଯାଇଥିବାର ଖବର ମିଳିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe