ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ବିଶ୍ରାକୁ ଅବରୋଧ ଅଞ୍ଚଳ ଘୋଷଣା କଲା ପ୍ରଶାସନ

Advertisment
ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ବିଶ୍ରାକୁ ଅବରୋଧ ଅଞ୍ଚଳ ଘୋଷଣା କଲା ପ୍ରଶାସନ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ଦୁଇ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ବିଶ୍ରା ଅଞ୍ଚଳକୁ ଅବରୋଧ ଅଞ୍ଚଳ  ଘୋଷଣା କରିଛି ପ୍ରଶାସନ। ଏନେଇ ଜିଲ୍ଲାପାଳ ୪୮ ଘଣ୍ଟା ଯାଏଁ ଏହି ଅଞ୍ଚଳର କେହି ଘରୁ ନ ବାହାରିବା ଲାଗି ଅନୁରୋଧ କରିଛନ୍ତି। ବିଶ୍ରା ଟାଉନକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି l ଏହି ଅଞ୍ଚଳରେ ଘରକୁ ଘର ଯାଇ କଣ୍ଟାକ୍ଟ ଟ୍ରେସିଂ କରାଯିବା ନେଇ ସୂଚନା ମିଳିଛି।

publive-image

ବିଶ୍ରା ଟାଉନର ଦରେଇକେଲା, ପୁରୁଣା ବିଶ୍ରା, ବୁଧେଲଜର, ସନ୍ତୋଷପୁର ଯାଇଥିବା ରାସ୍ତା ପ୍ରବେଶପଥକୁ ସିଲ୍ କରାଯାଇଛି l ଏଥିସହ ବିଶ୍ରା ବ୍ଲକର ସାରୁବାହାଲ, ସନ୍ତୋଷପୁର, ଜଡାଟୋଲୀ, ମନକୋ, ସାନପୋଖରୀ, କୋକେରମା, କପାଟମୁଣ୍ଡା, କପରଣ୍ଡା ଆଦି ମୌଜାକୁ ମଧ୍ୟ ସିଲ୍ କରାଯାଇଛି l ଅନ୍ୟାଦେଶ ପର୍ଯ୍ୟନ୍ତ କେହି ଘରୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି l ସେହିପରି ତିନିଟି ଦମକଳ ସହାୟତାରେ ଅଗ୍ନିଶମ କର୍ମଚାରୀ ସମସ୍ତ ଅଞ୍ଚଳକୁ ବିଶୋଧନ ଆରମ୍ଭ କରିଥିବା ଜଣାଯାଇଛିl
ସୂଚନାଯୋଗ୍ୟ, ଗତକାଲି ଓଡ଼ିଶାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଆଜି ଜଣାଯିବା ପରେ କରୋନାଭାଇରସ୍ ଆକ୍ରାନ୍ତ ଚିହ୍ନଟ‌ ହେବାରେ ଏହା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଘଟଣା। ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe