ବିଜେଡିରେ ସାମିଲ ହେଲେ ବିଶ୍ବ ମଲ୍ଲିକ

Advertisment
ବିଜେଡିରେ ସାମିଲ ହେଲେ ବିଶ୍ବ ମଲ୍ଲିକ

ଭୁବନେଶ୍ବର : ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ଯୁବ ନେତା ବିଶ୍ବ ରଞ୍ଜନ ମଲ୍ଲିକ ଶୁକ୍ରବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ନିଜର ଶତାଧିକ ସମର୍ଥକଙ୍କ ସହ ସେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଥିଲେ। ବିଜେଡିର ସାଧାରଣ ସମ୍ପାଦକ(ସଂଗଠନ) ତଥା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ତାଙ୍କୁ ଦଳରେ ସାମିଲ କରାଇଥଲେ। ଶ୍ରୀ ମଲ୍ଲିକଙ୍କ ସହ ବରୀ ବ୍ଲକ୍‌ର ଅଧ୍ୟକ୍ଷା ସୁବାସିନୀ ସାମଲ ଓ ଉପାଧ୍ୟକ୍ଷ ରମେଶ ଭଞ୍ଜ, ୨୪ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସାମଲ ଏବଂ ୩୫ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବିଜେଡିରେ ମିଶିଥିଲେ।

ଏହି ଅବସରରେ ଶ୍ରୀ ମଲ୍ଲିକ ବିଜେପିର ଗୋଷ୍ଠୀ ବିବାଦ, ପୁରୁଣା-ନୂଆ ଭେଦଭାବ ପାଇଁ ଦଳ ଛାଡ଼ିଥିବା କହିଥିଲେ। ବିଜେପିର ରାଜ୍ୟ ଓ ଜିଲ୍ଲା ନେତୃତ୍ବ ମଧ୍ୟରେ ସମନ୍ବୟ ରହୁନି ବୋଲି ସେ ଆରୋପ ଲଗାଇଥିଲେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବରୀର ବିକାଶ ପାଇଁ ସେ ସବୁପ୍ରକାର ଉଦ୍ୟମ କରିବେ। ଦଳର ସଭାପତି ଯାହା ଦାୟିତ୍ବ ଦେବେ, ସେ ତାହାକୁ ନିଷ୍ଠାର ସହ ତୁଲାଇବେ ବୋଲି ସେ କହିଥିଲେ। ଏହି ମିଶ୍ରଣ ପର୍ବରେ ବରୀ ବିଧାୟିକା ସୁନନ୍ଦା ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ମଲ୍ଲିକ ଖୁବ୍ କମ୍ ଭୋଟ୍‌ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସଙ୍କ ଠାରୁ ପରାଜିତ ହୋଇଥିଲେ। ବରୀରେ ନିଜସ୍ବ ସୁଦୃଢ଼ ସଂଗଠନ ରଖିଥିବା ଶ୍ରୀ ମଲ୍ଲିକ ଜିଲ୍ଲାର ଜଣେ ଟାଣୁଆ ଯୁବନେତା ଭାବେ ପରିଚିତ। ସେ ବିଜେଡି ସାମିଲ ହେଲା ପରେ ବରୀ ରାଜନୀତି କେଉଁ ମୋଡ଼ ନେଉଛି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe