ବିଶ୍ଵକର୍ମା ପୂଜା ପାଇଁ ଶିଳ୍ପନଗରୀ ହୀରାକୁଦ ଚଳଚଞ୍ଚଳ

ବିଶ୍ଵକର୍ମା ପୂଜା ପାଇଁ ଶିଳ୍ପନଗରୀ ହୀରାକୁଦ ଚଳଚଞ୍ଚଳ

ହୀରାକୁଦ: ବିଶ୍ଵକର୍ମା ପୂଜା ପାଇଁ ଶିଳ୍ପନଗରୀ ହୀରାକୁଦ ଚଳଚଞ୍ଚଳ ହୋଇପଡ଼ିଛି। ଗତ ଦୁଇ ବର୍ଷ ହେଲା କୋରନା ଯୋଗୁ କଟକଣା ମଧ୍ୟରେ ବିଶ୍ବକର୍ମା ପୂଜା ଓ ଭସାଣି ଅନୁଷ୍ଠିତ ହେଉଥିଲା। କରୋନା କଟକଣା ହଟିବା ପରେ ଚଳିତ ବର୍ଷ ପୂଜା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଚଳିତ ବର୍ଷ ହୀରାକୁଦ ଡ୍ୟାମ, ନେହେରୁ ଉଦ୍ୟାନ, ସେଣ୍ଟ୍ରାଲ ଷ୍ଟୋର, ହିଣ୍ଡାଲକୋ ସ୍ମେଲଟର, ପାୱାର ପ୍ଳାଣ୍ଟ, ଏଫ୍ଆର୍‌ପି, ବିଲ୍‌ଡିଂ ଅଫିସ, ୱେସ୍କୋ, ଟେକ୍ସି ଷ୍ଟାଣ୍ଡ ଆଦି ଜାଗାରେ ବିଶ୍ବକର୍ମା ପୂଜା ସମାରୋହରେ ଅନୁଷ୍ଠିତ ହେବ। ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି।

publive-image

ପୂଜା ମଣ୍ଡପଗୁଡ଼ିକ ଆଲୋକମାଳାରେ ଝଳସି ଉଠୁଛି। ସୁଭାଷ ମଇଦାନ ଠାରେ ଦୋଳି, ମୀନା ବଜାର ଆଦି ଲାଗି ସାରିଛି। ବ୍ରେକ୍‌ ଡ୍ୟାନ୍ସ ଗାଡ଼ି, ମ୍ୟାଜିକ, ଘୋଡ଼ାରେ ଚଢ଼ିବା ଆଦି ଛୋଟ ଛୋଟ ପିଲାମାନଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଳଟିଛି। ବିଶ୍ବକର୍ମା ପୂଜାକୁ ଦୃଷ୍ଟିରେ ରଖି ହୀରାକୁଦ ସହର ସାରା ରାଜନେତା, କର୍ମଚାରୀ ସଂଘ ନେତା ଓ ସାମାଜିକ କର୍ମୀମାନଙ୍କ ଶୁଭେଚ୍ଛା ବାର୍ତ୍ତା ଥିବା ବ୍ୟାନର ଲାଗିଥିବା ଦେଖିବାକୁ ମିଳୁଛି। ଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ଼ ହେଉଥିବାରୁ ସ୍ବେଚ୍ଛାସେବୀମାନେ ପାଣି, ଖାଦ୍ୟ, ପ୍ରାଥମିକ ଚିକିତ୍ସା ସେବା ଆଦି ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ପୁଲିସ ପ୍ରଶାସନ ପକ୍ଷରୁ ପୂଜା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତତ୍ପର ଥିବା ଦେଖିବାକୁ ମିଳୁଛି। ହୀରାକୁଦରେ ପୂଜା ମହା ସମାରୋହରେ ପାଳନ ହୋଇଥିବା ବେଳେ ପ୍ରଶାସନର କିନ୍ତୁ ତତ୍ପରତା ଦେଖିବାକୁ ମିଳିନାହିଁ। ହୀରାକୁଦ-ରେମଡ଼ ରାସ୍ତା ଖାଲଖମା ଥିବା ବେଳେ ପୂଜା ଭିଡ଼କୁ ଦୃଷ୍ଟିରେ ରଖି ସହରରେ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ବି କରାଯାଇନାହିଁ। ମହାନଗର ନିଗମ ଅଧିକାରୀଙ୍କୁ ବାୟୋଟୟଲେଟ ଯୋଗାଇବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe