‘ବିଟ୍‌କଏନ’ ଠକେଇ ମାମଲାର ମାଷ୍ଟରମାଇଣ୍ଡ ଗିରଫ, ୨୦ ଲକ୍ଷ ଟଙ୍କାର ହେରାଫେରି

‘ବିଟ୍‌କଏନ’ ଠକେଇ ମାମଲାର ମାଷ୍ଟରମାଇଣ୍ଡ ଗିରଫ, ୨୦ ଲକ୍ଷ ଟଙ୍କାର ହେରାଫେରି

ଭୁବନେଶ୍ୱର: ରାଜଧାନୀରେ ‘ବିଟ୍‌କଏନ’ ଠକେଇ ନାମରେ ୨୦ ଲକ୍ଷ ଟଙ୍କାର ହେରାଫେରି କରି ନେଇଥିବା ମାମଲାରେ କମିଶନରେଟ ପୁଲିସ ମାଷ୍ଟରମାଇଣ୍ଡ ସହିତ ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ଦାମି ମୋବାଇଲ ଫୋନ ଓ ୫୦ ହଜାର ଟଙ୍କା ଜବତ କରିଛି ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ନାମ ଶିବପ୍ରସାଦ ବିଶ୍ୱାଳ ଓ କେନ୍ଦ୍ରାପଡ଼ାର ରାକେଶ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି। ପୁଲିସ ଶିବପ୍ରସାଦଙ୍କ ନାମରେ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଛି। ସେ ପୂର୍ବରୁ ଛତିଶଗଡ଼ ଓ ଆସାମରେ ଏହି ଭଳି ହାଇପ୍ରୋଫାଇଲ ଠକେଇରେ ସାମିଲ ଥିବା ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ଅନଲାଇନ୍‌ ଜରିଆରେ ବିଟ୍‌କଏନ୍‌ ନାମରେ ୧୦ଗୁଣା ଅର୍ଥ ରୋଜଗାର କରିବା ଲାଭ ଦେଖାଇ ଲୋକମାନଙ୍କୁ ଏମାନେ ଠକି ଆସୁଥିଲେ। ଏହାର ମାଷ୍ଟରମାଇଣ୍ଡ ଶିବପ୍ରସାଦ କଲିକତାରେ ରହୁଥିଲା। ତେବେ ଟଙ୍କା ଠକେଇ ହେଉଥିବା ଜାଣି ନିବେଶକାରୀ ଅଭିଯୁକ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ।

ଏହାପରେ ନିବେଶକାରୀମାନେ ଆଉ ଅଧିକ ୧୦ଲକ୍ଷ ଟଙ୍କା ବିଟ୍‌କଏନରେ ବିନିଯୋଗ କରିବା ପାଇଁ ଲୋଭ ଦେଖାଇ ଏହାର ମାଷ୍ଟର ମାଇଣ୍ଡଙ୍କ ସହ ଡିଲ କରିଥିଲେ। ଫଳରେ ଲୋଭ ସମ୍ଭାଳି ନ ପାରି ଅଭିଯୁକ୍ତ ଶିବପ୍ରସାଦ ସୋମବାର ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ପହଞ୍ଚିଥିଲା। ସେ ହୋଟେଲରେ ପହଞ୍ଚିବା ପରେ ନିବେଶକାରୀମାନେ ତାଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe