ଚାଷୀଙ୍କୁ ଲୁଟୁଛନ୍ତି ବିହାର, ପଶ୍ଚିମବଙ୍ଗ ଦଲାଲ୍ : କମ୍‌ ଦାମରେ ରାତିଅଧିଆ କଲରା ଚାଲାଣ, ସଙ୍କଟରେ ପରିବା ଚାଷୀ

Advertisment
ଚାଷୀଙ୍କୁ ଲୁଟୁଛନ୍ତି ବିହାର, ପଶ୍ଚିମବଙ୍ଗ ଦଲାଲ୍ : କମ୍‌ ଦାମରେ ରାତିଅଧିଆ କଲରା ଚାଲାଣ, ସଙ୍କଟରେ ପରିବା ଚାଷୀ

କୋରେଇ : ଯାଜପୁରର କୋରେଇ ଅଞ୍ଚଳରୁ ରାଜ୍ୟ ବାହାରକୁ ଦଲାଲଙ୍କ ଜରିଆରେ ରାତି ଅଧିଆ କମ୍‌ ଦାମରେ କଲରା ଚାଲାଣ ହେଉଛି। ଫଳରେ ଶତାଧିକ ପରିବା ଚାଷୀ ଏବେ ସଙ୍କଟରେ। ଦଲାଲମାନେ ସିଧାସଳଖ ଚାଷୀଙ୍କ କ୍ଷେତରେ ଗାଡ଼ି ଲଗାଇ ସିଧାସଳଖ କମ ଦାମ୍‌ରେ ପନିପରିବା କିଣି ନେଉଥିଲେ ହେଁ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ। ସ୍ଥାନୀୟ ଅଞ୍ଚଳରେ ପରିବା ମୂଲ୍ୟ ଆକାଶ ଛୁଆଁ ହେଉଛି। ଋଣ ବୋଝରେ ପରିବା ଚାଷୀ ଛଟପଟ ହେଉଥିବା ବେଳେ ଦଲାଲ ବେଶ୍‌ ମାଲାମାଲ ହେଉଛନ୍ତି। ନିୟନ୍ତ୍ରିତ ବଜାର କମିଟି ‌ଏନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।

publive-image healthline.com

କୋରେଇରେ ପ୍ରତିବର୍ଷ ପାଖାପାଖି ୧୮ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବା ବେଳେ ୫ ରୁ ୬ ହଜାର ହେକ୍ଟର ଜମିରେ ରବି ଜାତୀୟ ଓ ପନିପରିବା ଚାଷ ହୋଇଥାଏ। ସ୍ଥାନୀୟ ଅଞ୍ଚଳ ପାଇଁ ଆବଶ୍ୟକ ପରିବାର ୩୦ ପ୍ରତିଶତ ଏହି ଚାଷୀମାନେ ହିଁ ଯୋଗାଇଥାନ୍ତି। ହେଲେ ସେହି ଚାଷୀଙ୍କୁ ଏବେ ଲୁଟୁଛନ୍ତି ବାହାର ରାଜ୍ୟର ଦଲାଲ। ଚାଷୀଙ୍କ କ୍ଷେତରେ ସିଧାସଳଖ ଗାଡି ଲଗାଇ ବଜାର ଦରରୁ ବହୁ କମ୍ ମୂଲ୍ୟରେ ନେଇ ଯାଉଛନ୍ତି ପରିବା ସବୁ। ସ୍ଥାନୀୟ ବଜାରରେ କଲରା କିଲୋପ୍ରତି ୨୦ ରୁ ୩୦ ଟଙ୍କା ଚାଷୀମାନେ ବିକ୍ରି କରିଥାନ୍ତି। ଏବେ କୋରେଇ ଅଞ୍ଚଳରେ କଲରା ବହୁଳ ପରିମାଣରେ ଉତ୍ପାଦନ ହେଉଥିବା ବେଳେ ସ୍ଥାନୀୟ ବଜାରରେ ପରିବାର ମୂଲ୍ୟ ଅପେକ୍ଷାକୃତ କମ୍ ରହିବା କଥା। କିନ୍ତୁ ଉତ୍ପାଦନ ଅନୁସାରେ ଚାଷୀ ପରିବା ବିକ୍ରି କରିପାରୁନଥିବାରୁ ପଶ୍ଚିମବଙ୍ଗ, ବିହାର ଓ ଗୁଜୁରାଟ ଆଦି ରାଜ୍ୟରୁ ବହୁ ସଂଖ୍ୟାରେ ଦଲାଲମାନେ କଲରା କିଲୋ ପ୍ରତି ମାତ୍ର ୧୦ ରୁ ୧୫ ଟଙ୍କାରେ ସିଧା ଚାଷୀଙ୍କ କ୍ଷେତରୁ ନେଉଛନ୍ତି। ଯାହାକୁ ବିହାରର ପାଟନା, ଗୁଜୁରାଟର ସୁରଟ ଓ ବେଙ୍ଗଲରେ ଚଢାଦରରେ ବିକ୍ରି କରି ମାଲାମାଲ୍ ହେଉଛନ୍ତି। କଲରା ଉତ୍ପାଦନ ପାଇଁ ପାଖାପାଖି ଏକର ପ୍ରତି ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦଲାଲଙ୍କୁ ଦେଲେ ମୂଳଧନ ଅସୁଲ୍ ମଧ୍ୟ କଷ୍ଟ ହେଉଥିବା ଚାଷୀ କହିଛନ୍ତି। ଏପରି ସ୍ଥଳେ ଲାଭ କରି ପରିବାର ପ୍ରତିପୋଷଣ କରିବା ଏବଂ ରବିଋଣ ପରିଶୋଧ କରିବା ଅସମ୍ଭବ ବୋଲି ଚାଷୀ କହୁଛନ୍ତି।

ଏଠାରେ ଜିଲ୍ଲାର ବଜାର ନିୟନ୍ତ୍ରଣ କମିଟି ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜିଲ୍ଲା ନିୟନ୍ତ୍ରଣ ବିଭାଗର ସମ୍ପାଦକ ରମେଶ ସ୍ବାଇଁଙ୍କୁ ପଚାରିବାରୁ ଏନେଇ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଚାଷୀଙ୍କ ଠାରୁ ଏଭଳି କମମୂଲ୍ୟରେ ବାହାର ରାଜ୍ୟକୁ ପରିବା ଚାଲାଣ ହେଉଥିବାର ଜାଣବା ପରେ ଶୁବଶୀଘ୍ର କୋରେଇ ଅଞ୍ଚଳରେ ଏକ ନିୟନ୍ତ୍ରିତ ବଜାର ହାଟ ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe