ଇଂରାଜୀ ଅଧ୍ୟାପକ ଏ. ବିଜୟବିଷ୍ଣୁଙ୍କ ପରଲୋକ

Advertisment
ଇଂରାଜୀ ଅଧ୍ୟାପକ ଏ. ବିଜୟବିଷ୍ଣୁଙ୍କ ପରଲୋକ

ଭୁବନେଶ୍ୱର : ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ. ଏ ବିଜୟବିଷ୍ଣୁଙ୍କର ଗତ ୨୪ ତାରିଖ (ଶନିବାର) ପରଲୋକ ହୋଇଯାଇଛି। ତାଙ୍କୁ ୫୫ବର୍ଷ ହୋଇଥିଲା। ବର୍ଷେ ହେଲା ସେ ପାନକ୍ରିୟାଟିକ୍‌ କ୍ୟାନସର୍‌ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ତଥା ରମାଦେବୀ ମହିଳା ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପିକା ଅଳକାନନ୍ଦା ମିଶ୍ର, ଶାଳକ ସତ୍ୟବ୍ରତ ଅମିତାଭ, ଅମଳେନ୍ଦୁ, ଅରିଜିତ୍‌ ତଥା ଶ୍ବେତକେତୁ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଡ. ବିଜୟବିଷ୍ଣୁ ଜଣେ ଦକ୍ଷ ଅଧ୍ୟାପକ ଥିଲେ। ଇଂରାଜୀ ସାହିତ୍ୟରେ ତାଙ୍କର ଦକ୍ଷତା, ପଢ଼ାଇବାର ଅନନ୍ୟଶୈଳୀ ତାଙ୍କୁ ଛାତ୍ରଛାତ୍ରୀଙ୍କ ପାଖରେ ଖୁବ୍‌ ଆଦୃତ କରିଥିଲା। ସେ କେବଳ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ନଥିଲେ, ସେ ଥିଲେ ଜଣେ ମିଷ୍ଟଭାଷୀ, ସ୍ନେହୀ, ସରଳ ମଣିଷ। ତାଙ୍କର ଅକାଳ ବିୟୋଗ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ତଥା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe