ମହାନଦୀକୁ ଡେଇଁ ବିଜେବି କଲେଜ କର୍ମଚାରୀ ନିଖୋଜ

Advertisment

ପୁଅ ଇଣ୍ଡିଆନ୍‌ ଆଇଡଲ୍‌ ଜୁନିଅର୍‌ରେ ଫାଇନାଲିଷ୍ଟ୍‌ ଥିଲେ

ପୁଅ ଇଣ୍ଡିଆନ୍‌ ଆଇଡଲ୍‌ ଜୁନିଅର୍‌ରେ ଫାଇନାଲିଷ୍ଟ୍‌ ଥିଲେ

ନିଖୋଜ ଲାବୋରେଟୋରି ଟେକ୍ନିସିଆନ୍‌ଙ୍କ ମୃତଦେହ ଉଦ୍ଧାର

କଟକ-ଜଗତପୁର : ଭୁବନେଶ୍ବର ବିଜେବି କଲେଜ ଲାବୋରେଟୋରି ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟରତ ଥିବା ଡକ୍ଟର ଦେବାଶିଷ ଦାସ ରବିବାର ଦିନ ଜଗତପୁରଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଡେଇଁବାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାଙ୍କୁ ଠାବ କରାଯାଇ ପାରିନାହିଁ। ପୁଲିସ ପକ୍ଷରୁ ଅଗ୍ନିଶମବାହିନୀ ଓ ଓଡ୍ରାଫ୍‌ ଟିମ୍‌ ସହାୟତାରେ ତାଙ୍କୁ ଖୋଜା ଜାରି ରହିଛି। ଡକ୍ଟର ଦାସଙ୍କ ପୁଅ ଆର୍ୟ୍ୟାନ୍‌ ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର୍‌ରେ ଭାଗନେଇ ଫାଇନାଲିଷ୍ଟ୍‌କୁ ଯାଇଥିଲେ।

ମହାନଦୀବିହାରରେ ରହୁଥିବା ଜଗତସିଂହପୁର ଜିଲ୍ଲାର ଡ. ଦେବାଶିଷ ବିଜେବି କଲେଜରେ ଲାବ୍‌ ଟେକନିସିଆନ୍‌ ଭାବେ କାର୍ଯ୍ୟରତ ଥିବା ବେଳେ ଦୀର୍ଘବର୍ଷ ହେଲା ଘରୋଇ ଭାବେ ମଧ୍ୟ ଛାତ୍ରଛାତ୍ରୀଙ୍କୁ କେମିଷ୍ଟ୍ରି ପଢ଼ାଉଥିଲେ। ଟାଙ୍ଗୀଠାରେ ତାଙ୍କର ଏକ କୋଚିଂ ସେଣ୍ଟର୍‌ ମଧ୍ୟ ଅଛି। ସେଠାରେ ସେ ନିୟମିତ ଶିକ୍ଷାଦାନ କରୁଥିଲେ। ରବିବାର ସକାଳ ୮ଟା ବେଳେ ସେ ଶିଖରପୁରରୁ ଟାଙ୍ଗୀକୁ କାର୍‌ରେ ଯାଉଥିବା ବେଳେ ପରିସ୍ରା କରିବା ପାଇଁ ମହାନଦୀ ପୋଲ ମଝିରେ କାର୍‌ ଅଟକାଇବାକୁ ଡ୍ରାଇଭର୍‌ଙ୍କୁ କହିଥିଲେ। ତେବେ, ପୋଲ ମଝିରେ ପରିସ୍ରା କରି ହେବନାହିଁ ବୋଲି ଡ୍ରାଇଭର୍‌ କହିବାରୁ ସେ ତାଙ୍କୁ ବାଧ୍ୟକରି କାର୍‌ ଅଟକାଇଥିଲେ। ଡ୍ରାଇଭର୍‌ କାର୍‌ ଅଟକାଇବା କ୍ଷଣି ସେ କାର୍‌ରୁ ବାହାରି ପୋଲ ବାଡ଼ରୁ ନଦୀକୁ ଡେଇଁ ଭାସି ଯାଇଥିଲେ। ଡ୍ରାଇଭର୍‌ ଏଭଳି ଘଟଣା ଦେଖି ଅବାକ୍‌ ହୋଇଯାଇଥିଲେ।

ତାଙ୍କ ନିକଟରୁ ପ୍ରଥମେ ଚାଉଳିଆଗଞ୍ଜ ଥାନା ଓ ପରେ ଜଗତପୁର ଥାନା ପୁଲିସ ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ସାହାଯ୍ୟରେ ଖୋଜାଖୋଜି ଜାରି ରହିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତା‌ଙ୍କ ପତ୍ତା ମିଳି ପାରିନି ବୋଲି ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦେବାଶିଷ ଗତ ଏପ୍ରିଲ ମାସରେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାପରେ ଅଧିକାଂଶ ସମୟରେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe