ବରଗଡ଼ ଟାଉନ୍ ଥାନା ଅଧିକାରୀଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ଼ ଅଭିଯୋଗ

Advertisment

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କାର୍ ଉପରକୁ କଂଗ୍ରେସ କର୍ମୀ କଲେ ଅଣ୍ଡାମାଡ଼

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କାର୍ ଉପରକୁ କଂଗ୍ରେସ କର୍ମୀ କଲେ ଅଣ୍ଡାମାଡ଼

ବରଗଡ଼ ଟାଉନ୍ ଥାନା ଅଧିକାରୀଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ଼ ଅଭିଯୋଗ

ବରଗଡ଼: ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ମିଳିଥିବା ସୂଚନା ଅନୁଯାୟୀ ହଳଦୀପାଲି ଛକରେ କଂଗ୍ରେସ କର୍ମୀମାନେ ବିରୋଧ କରିବା ଲାଗି ପ୍ରସ୍ତୁତ ହେଉଥିବା ବେଳେ ବରଗଡ଼ ଟାଉନ୍ ଥାନା ଅଧିକାରୀ ସଦାନନ୍ଦ ପୂଜାରୀଙ୍କ ଉପସ୍ଥିତିରେ ସେମାନଙ୍କୁ ବିଜେଡି କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ବିଜେଡି କର୍ମୀଙ୍କୁ ଏଥିରୁ କ୍ଷାନ୍ତ କରିବା ପରିବର୍ତ୍ତେ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇନେଇଥିଲା। କିନ୍ତୁ ତାଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗକୁ ଟାଉନ୍ ଥାନା ଅଧିକାରୀ ଗଣମାଧ୍ୟମ ଆଗରେ ଅସ୍ବୀକାର କରିଛନ୍ତି।

publive-image youtube

ଏଣେ ବରଗଡ଼ର ଏକାମ୍ର ଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କାର୍ ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। ଝାରସୁଗୁଡ଼ାରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ସଭାସ୍ଥଳୀକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି।

ଏଣେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ଆଜି ବିଜେପିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୁଲିସ। ବିଳମ୍ବିତ ରାତିରେ ବିଜେପି ଓ କଂଗ୍ରେସର  କେତେକ ନେତାଙ୍କୁ ପୁଲିସ୍‌ ଉଠାଇ ନେଇଥିବାର ଖବର ମିଳିଛି। ମମିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ ଓ ବିଜେପି ପକ୍ଷରୁ ଚେତାବନୀ ଦିଆଯିବା ପରେ ପୁଲିସ୍ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାର ପଦ୍ମପୁରରୁ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ୮ଜଣ ନେତାଙ୍କୁ ପୁଲିସ୍ ଉଠାଇନେଇଛି।  ଏଣେ ବରଗଡ଼ରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe