Advertisment

ରାଜ୍ୟର ୨୧ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ସ୍ପଷ୍ଟ କଲେ ବିଜେଡି ଓ ବିଜେପି: ଜାଣନ୍ତୁ କାହାକୁ କିଏ କରିବେ ମୁକାବିଲା

Advertisment

୮ଟି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ

୮ଟି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ

ରାଜ୍ୟର ୨୧ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ସ୍ପଷ୍ଟ କଲେ ବିଜେଡି ଓ ବିଜେପି: ଜାଣନ୍ତୁ କାହାକୁ କିଏ କରିବେ ମୁକାବିଲା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ରଣନୀତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ଏକ ପାଦ ଆଗରେ ଅଛନ୍ତି। ଉଭୟ ଦଳ ରାଜ୍ୟର ୨୧ ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। କଂଗ୍ରେସ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।

ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ଟିକେଟ୍‌ ଦେଇଥିବା ବେଳେ କଟକରେ ଭର୍ତ୍ତୃହରି ମହତାବ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ରେ ପ୍ରଦୀପ ପୁରୋହିତ, ବଲାଙ୍ଗୀରରେ ସଂଗୀତା ସିଂହଦେଓ, କଳାହାଣ୍ଡିରେ ମାଳବିକା କେଶରୀ ଦେଓ, ନବରଂଗପୁରରେ ବଳଭଦ୍ର ମାଝୀ, କୋରାପୁଟରେ କାଳୀରାମ ମାଝୀ, କନ୍ଧମାଳରେ ସୁକାନ୍ତ ପାଣିଗ୍ରାହୀ, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ, ଆସିକାରେ ଅନିତା ଶୁଭଦର୍ଶିନୀ ପ୍ରାର୍ଥୀ ହୋଇଛନ୍ତି। ପୁରୀରେ ସମ୍ବିତ ପାତ୍ର, ଜଗତସିଂହପୁରରେ ବିଭୂ ପ୍ରସାଦ ତରାଇ, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ଯାଜପୁରରେ ରବୀନ୍ଦ୍ର ବେହେରା, ଭଦ୍ରକରେ ଅଭିମନ୍ୟୁ ସେଠୀ, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝରରେ ଅନନ୍ତ ନାୟକ, ମୟୂରଭଂଜରେ ନବରଚଣ ମାଝୀ ଓ ସୁନ୍ଦରଗଡ଼ରେ ଜୁଏଲ ଓରାମଙ୍କୁ ବିଜେପି ପ୍ରାର୍ଥୀ କରିଛି।

ସେହିପରି ବିଜେଡି ଟିକେଟ୍‌ରେ ଭୁବନେଶ୍ବରରୁ ମନ୍ମଥ ରାଉତରାୟ ଲଢ଼ିବେ। କଟକରୁ ସଂତୃପ୍ତ ମିଶ୍ର, ଢେଙ୍କାନାଳରୁ ଅବିନାଶ ସାମଲ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ବରଗଡ଼ରୁ ପରିଣୀତା ମିଶ୍ର, ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, କଳାହାଣ୍ଡିରୁ ଲମ୍ବୋଦର ନିଆଲ, ନବରଂଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ ‌କୌଶଲ୍ୟା ହିକକା, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ଆସିକାରୁ ରଂଜିତା ସାହୁ, ପୁରୀରୁ ଅରୂପ ପଟ୍ଟନାୟକ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଭଦ୍ରକରୁ ମଂଜୁଲତା ମଣ୍ଡଳ, ବାଲେଶ୍ବରରୁ ଲେଖାଶ୍ରୀ ସାମନ୍ତସିଂହାର, କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ, ମୟୂରଭଂଜରୁ ସୁଦାମ ମାର୍ଣ୍ଣିଂ ଓ ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ ବିଜେଡି ଟିକେଟରେ ନିର୍ବାଚନ ଲଢୁଛନ୍ତି।

ସଂଜୟ ଭୋଇଙ୍କୁ ବରଗଡ଼ ପାଇଁ, ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ପାଇଁ, ଦ୍ରୌପଦୀ ମାଝୀଙ୍କୁ କଳାହାଣ୍ଡି ପାଇଁ, ଭୁଜବଳ ମାଝୀଙ୍କୁ ନବରଂଗପୁର ପାଇଁ, ସପ୍ତଗିରି ଉଲାକାଙ୍କୁ କେରାପୁଟ ପାଇଁ, ଅମିର ଚାନ୍ଦ ନାୟକଙ୍କୁ କନ୍ଧମାଳ ପାଇଁ, ରଶ୍ମିରଂଜନ ପଟ୍ଟନାୟକଙ୍କୁ ବ୍ରହ୍ମପୁର ପାଇଁ ଓ ଜନାର୍ଦ୍ଦନ ଦେହୁରୀଙ୍କୁ ସୁନ୍ଦରଗଡ଼ ପାଇଁ କଂଗ୍ରେସ ଟିକେଟ୍‌ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe