Advertisment

ନିର୍ବାଚନ ପରେ ବିଜେପି-ବିଜେଡି ପୁଣି ଏକାଠି ହୋଇଯିବେ: ଖଡ୍‌ଗେ

Advertisment
ନିର୍ବାଚନ ପରେ ବିଜେପି-ବିଜେଡି ପୁଣି ଏକାଠି ହୋଇଯିବେ: ଖଡ୍‌ଗେ

ଭୁବ‌ନେଶ୍ବର: ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର କରିଛନ୍ତି। ଏହାସହ ବାଲେଶ୍ୱର ମାଟିରୁ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ। ସେ କହିଛନ୍ତି, ଲୋକ ପଚାରୁଛନ୍ତି ବିଜେପିକୁ ଆମେ ହରାଇପାରିବା ତ? ବିଜେପିକୁ ଯଦି ନ ହଟାଇବା ତେବେ ସମ୍ବିଧାନ ବିପଦରେ, ଲୋକକନ୍ତ୍ର ବି ବିପଦରେ ରହିବ। ଯଦି ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ତେବେ ଆମ ଭବିଷ୍ୟତ ବି ବିପଦରେ ରହିବ। ସେମାନଙ୍କୁ ହଟାଇବା ଜରୁରୀ।

ଦେଶରେ ଗରିବ ଏତେ ମାତ୍ରାରେ ବଢୁଛି ଯେ ଲୋକ ଚିନ୍ତାରେ ଅଛନ୍ତି। ସେପଟେ ଯୁବକଙ୍କୁ ଚାକିରି ନାହିଁ, ସେମାନେ ବି ଚିନ୍ତାରେ। ମୋଦୀ ଜୀଙ୍କୁ ଏହାର ଚିନ୍ତା ନାହିଁ।  ଦେଶକୁ ବଞ୍ଚାଇବା ଆମର ଏକମାତ୍ର ଚିନ୍ତା। ଗରିବଙ୍କୁ ଯେଉଁ ସଂରକ୍ଷଣ ମିଳିଛି ତାକୁ ଶେଷ କରିବାକୁ ମୋଦୀ ସରକାର ଲାଗିଛି। ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଥିଲେ। ଆମେ ପୁଞ୍ଚିପତିଙ୍କ ସପକ୍ଷରେ ନାହୁଁ। ଗରିବଙ୍କ ସପକ୍ଷରେ ଆମେ ଅଛୁ । ସେଥିପାଇଁ ବିଜେପି ଆମକୁ ସହିପାରୁନି।

ବିଜେପି ସହ ବିଜେଡିକୁ ବି ଟାର୍ଗେଟ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। କହିଛନ୍ତି, ବିଜେପି ଯାହା ଚାହୁଁଛି ବିଜେଡି ସମର୍ଥନ କରୁଛି। ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ନିର୍ବାଚନ ପରେ ପୁଣି ଏକାଠି ହୋଇଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe