ଅରୁଣଙ୍କ ମନ୍ତବ୍ୟ ପରେ ବିଜେପି-ବିଜେଡି ବାକ୍ ଯୁଦ୍ଧ

Advertisment

ଆତ୍ମସମୀକ୍ଷା କରୁ ବିଜେଡି: ଲେଖାଶ୍ରୀ, ଜୟନାରାୟଣଙ୍କଠାରୁ ନିରାପଦ ଦୂରତା ରଖନ୍ତୁ ଲେଖାଶ୍ରୀ : ବିଜେଡି

ଆତ୍ମସମୀକ୍ଷା କରୁ ବିଜେଡି: ଲେଖାଶ୍ରୀ, ଜୟନାରାୟଣଙ୍କଠାରୁ ନିରାପଦ ଦୂରତା ରଖନ୍ତୁ ଲେଖାଶ୍ରୀ : ବିଜେଡି

ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ: ବିଜେପି

Twitter

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଗତକାଲି ବିଜେଡି ବିଧାୟକ ଅରୁଣ ସାହୁ ଆକ୍ଷେପ କରିଥିଲେ। ଶ୍ରୀ ମିଶ୍ର ମାନସିକ ଭାରସାମ୍ୟ ସହ ସ୍ମରଣ ଶକ୍ତି ହରାଇଛନ୍ତି ବୋଲି କହିଥିଲେ। ଅରୁଣଙ୍କ ଏହି ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆଜି ବାକ୍ ଯୁଦ୍ଧ ଲାଗିଛି।

ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଶାଳୀନତାର ସବୁ ସୀମା ଉଲ୍ଲଂଘନ କରିସାରିଛନ୍ତି ବିଜେଡିର ନେତା ଓ ମନ୍ତ୍ରୀ। ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ‘ପାଗଳ’ ଓ ‘ମତିଭ୍ରମ’ ଭଳି ଅତ୍ୟନ୍ତ କଦର୍ଯ୍ୟ ଭାଷା ବ୍ୟବାହାର କରି ବ୍ୟକ୍ତିଗତ ଆକ୍ଷେପ କରିବା ଅତ୍ୟନ୍ତ ଲଜ୍ଜାଜନକ। ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରୁଥିବା ଲୋକଙ୍କୁ ‘ପାଗଳ’ ବୋଲି କହି ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ତାଙ୍କ ଉପରେ ଥିବା ଦୋଷକୁ ଅନ୍ୟ ମୁଣ୍ଡ ଉପରେ ଲଦି ଦେବାର ପ୍ରୟାସ ଜାରି ରଖିଛନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ବିକାଶ ବିହୀନ କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରୁଛନ୍ତି ଶାସକ ଦଳ ନେତା ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ବର୍ତମାନ ରାଜ୍ୟରେ ଦେଖାଯାଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିରୋଧୀଙ୍କୁ ଦମନ କରାଯିବାର ଅପଚେଷ୍ଟା, ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ପକ୍କା ଘର ଆବଣ୍ଟନରେ ବ୍ୟାପକ ଦୁର୍ନୀତି ଭଳି ଜନବିରୋଧୀ ପ୍ରସଙ୍ଗରୁ ରାଜ୍ୟବାସୀଙ୍କ ଧ୍ୟାନ ହଟାଇବା ପାଇଁ ବିଜେଡିର ନେତାମାନେ ଡ୍ରାମା ଆରମ୍ଭ କରିଦେଇଛନ୍ତି।

ଅପରପକ୍ଷରେ ଲେଖାଶ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ। ଇପ୍ସିତା କହିଛନ୍ତି ଯେ ମାନସିକ ଭାରସାମ୍ୟ ହରାଇଥିବା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କେତେବେଳେ ମହିଳା ପୁଲିସ ଅଫିସରଙ୍କୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ଅଶାଳୀନ ମନ୍ତବ୍ୟ ଦେଇ ରାଜ୍ୟର ମା’ମାନଙ୍କୁ ଅପମାନିତ କରୁଛନ୍ତି। ଜଣେ ଶିକ୍ଷିତା ମହିଳା ହୋଇ ଜୟ ନାରାୟଣ ବାବୁଙ୍କ ଭଳି ଜଣେ ମାନସିକ ବିକୃତି ଥିବା ବ୍ୟକ୍ତିଙ୍କ ଦୋଷ ଘୋଡ଼ାଇବାକୁ କାହିଁକି ଉଦ୍ୟମ କରୁଛନ୍ତି। ତାଙ୍କଠାରୁ ନିରାପଦ ଦୂରତା ରଖନ୍ତୁ। ନ ହେଲେ ତାଙ୍କ ଭଳି ପାଗଳ ବ୍ୟକ୍ତି କେତେବେଳେ କ’ଣ ଘଟାଇ ବସିବେ କିଏ ଜାଣିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe