ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ତାଲିକା ଜାରି କଲା ବିଜେଡି: ଜାଣନ୍ତୁ ୨୭ ଆସନରେ କାହାକୁ ମିଳିଲା ଟିକେଟ୍‌, ୪୮ ଆସନରେ ବଢ଼ିଲା ଦ୍ବନ୍ଦ୍ବ

ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ତାଲିକା ଜାରି କଲା ବିଜେଡି: ଜାଣନ୍ତୁ ୨୭ ଆସନରେ କାହାକୁ ମିଳିଲା ଟିକେଟ୍‌, ୪୮ ଆସନରେ ବଢ଼ିଲା ଦ୍ବନ୍ଦ୍ବ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ବୁଧବାର ସନ୍ଧ୍ୟାରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ଦ୍ବାରା ‌କରାଯାଇଥିବା ଘୋଷଣା ଅନୁସାରେ ବ୍ରଜରାଜନଗରରୁ ପୁଣି ଥରେ ଅଳକା ମହାନ୍ତି ଟିକେଟ୍‌ ପାଇଛନ୍ତି। ସେହିପରି ବିଜେଡି ଦୀପାଳି ଦାସଙ୍କୁ ପୁଣି ଥରେ ଝାରସୁଗୁଡ଼ାରେ ଟିକେଟ୍‌ ଦେଇଛି। ବିଜେଡି ଟିକେଟ୍‌ରେ ତଳସରାରୁ ବିଜୟ ଟପ୍ପୋ, ସୁନ୍ଦରଗଡ଼ରୁ ଯୋଗେଶ ସିଂହ, ରାଇରଗଂପୁରରୁ ଅନିଲ ବରୁଆ, ବଣାଇରୁ ଭୀମସେନ ଚୌଧୁରୀ ନିର୍ବାଚନ ଲଢ଼ିବେ।

ସେହିପରି ଯଶିପରୁରେ ବିଜେଡି ଟିକେଟ୍‌ରେ ଚକ୍ରଧର ହେମ୍ବ୍ରମ ନିର୍ବାଚନ ଲଢ଼ିବେ। ‌ଉଦଳାରେ ଶ୍ରୀନାଥ ସୋରେନ, ବାରିପଦାରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଣିଂ, ବଡ଼ସାହିରେ ଅନୁସୂୟା ପାତ୍ର, ମୋରଡ଼ାରେ ପ୍ରୀତିନନ୍ଦା କାନୁନଗୋ, ସୋରରେ ମାଧବ ଧଡ଼ା, ଆଠମଲ୍ଲିକରେ ନଳିନୀକାନ୍ତ ପ୍ରଧାନ, ବୀରମହାରାଜପୁରରେ ପଦ୍ମନାଭ ବେହେରା, ଖରିଆରରେ ଅଧୀରାଜ ପାଣିଗ୍ରାହୀ, ଫୁଲବାଣୀରେ ଜୟଶ୍ରୀ କହଁର, ମାହାଙ୍ଗାରେ ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲରେ ରମାକାନ୍ତ ଭୋଇଙ୍କୁ ବିଜେଡି ଟିକେଟ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି, ଭୁବନେଶ୍ବର (ଉତ୍ତର)ରେ ସୁଶାନ୍ତ ରାଉତ, ଭୁବନେଶ୍ବର (ଏକାମ୍ର)ରେ ଅଶୋକ ଚନ୍ଦ୍ର ପଣ୍ଡା, ଖଲିକୋଟରେ ସୂର୍ଯ୍ୟମଣୀ ବୈଦ୍ୟ, ଆସିକାରେ ମଂଜୁଳା ସ୍ବାଇଁ, ବ୍ରହ୍ମପୁରରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପାରଳାଖେମୁଣ୍ଡିରେ ରୂପେସ ପାଣିଗ୍ରାହୀ, ମୋହନାରେ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ପଟ୍ଟାଙ୍ଗୀରେ ପ୍ରଫୁଲ୍ଲ ପାଙ୍ଗୀଙ୍କ ଉପରେ ଭରସା କରିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ ବିଜେଡି ପ୍ରଥମ ଦଫାରେ ୭୨ ଜଣ ପ୍ରାର୍ଥୀ ଘୋଷଣା କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୨୭ ଜଣଙ୍କୁ ଟିକେଟ୍‌ ମିଳିବା ପରେ ଏବେ ବାକି ୪୮ଟି ଆସନରେ କାହାକୁ ମିଳିବ ଦଳୀୟ ଟକେଟ ସେନେଇ ଆଶାୟୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି‌ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe