ଅସ୍ତରଙ୍ଗ ବ୍ଲକ୍ ଦଖଲ ପାଇଁ ଘୋଡ଼ା ବେପାର କରୁଛି ବିଜେଡି: କଂଗ୍ରେସ

ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ମାଲକାନଗିରି ଜିଲ୍ଲା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ କାକଟପୁର ନିର୍ବାଚନମଣ୍ଡଳୀରେ ଶାସକ ବିଜେଡି ଦଳକୁ ଜନସାଧାରଣ ପ୍ରତ୍ୟାଖାନ କରିଛନ୍ତି। ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ନିଜ ନିର୍ବାଚନମଣ୍ଡଳୀରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବରକୁ ଜିତାଇବାରେ ମଧ୍ୟ ଅସମର୍ଥ ହୋଇଛନ୍ତି। ମାତ୍ର ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ଶାସକ ଦଳ ଅସ୍ତରଙ୍ଗ ବ୍ଲକ ଦଖଲ ପାଇଁ ଘୋଡ଼ା ବେପାର କରୁଛି। ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ପାଥେୟ କରି ବ୍ଲକ୍ ଦଖଲ ପାଇଁ ଅଗାଣତାନ୍ତ୍ରିକ ଉଦ୍ୟମ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ବୁଧବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ବିଶ୍ବଭୂଷଣ ଦାସ କହିଛନ୍ତି, କାକଟପୁର ନିର୍ବାଚନ ମଣ୍ଡଳୀ ଅଧୀନ ଅସ୍ତରଙ୍ଗ ଓ କାକଟପୁର ବ୍ଲକ୍ ଶାସକ ଦଳ ନିକଟରୁ ଖସି ଯାଉଥିବା ଦେଖୀ ଅର୍ଥବଳ, ବାହୁବଳ ଓ ପୁଲିସ ପ୍ରଶାସନକୁ ଆଗକୁ ଆଣି ନିର୍ବାଚିତ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ନାଁରେ ମିଥ୍ୟା ମାମଲା କରାଯାଉଛି। ସେମାନଙ୍କୁ ଧମକ ଚମକ ଦେଇ ନିଜ ଆଡ଼କୁ ନେବା ପାଇଁ ଅପଚେଷ୍ଟା କରାଯାଉଛି। ଯଦି ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟରୁ ଶାସକ ବିଜେଡି ନିବୃତ ନ ‌ରହେ ତେବେ କଂଗ୍ରେସ ଏହାର ଉଚିତ୍ ଜବାବ ଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ, ବିନୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe