BJD-BJP clash over Naveen's health
ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଜେଡି-ବିଜେପି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ ପାଇଁ କମିଟି ଗଠନ କରିବାକୁ ବିଜେପି ବିଧାୟକ ବିଭୁତି ପ୍ରଧାନ ଦାବି କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ତଦନ୍ତ ପାଇଁ କହିଥିଲେ ବୋଲି ବିଭୂତି ପ୍ରଧାନ କହିଛନ୍ତି।।
ସେ କହିଛନ୍ତି,ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି, ତାମିଲ ବାବୁ ସକ୍ରିୟ ହେବା ବେଳେ ନବୀନ ବାବୁ ନିଷ୍କ୍ରିୟ ହୋଇ ପଡନ୍ତି। ନବୀନ ବାବୁ ସକ୍ରିୟ ହେଲେ ତାମିଲ ବାବୁ ସନ୍ନ୍ୟାସ ନିଅନ୍ତି ବୋଲି ବିଭୂତି କହିଛନ୍ତି। ଏହାକୁ ନେଇ ଗୃହରେ ତାତି ଦେଖିବାକୁ ମିଳିଛି।
ବିଧାୟକଙ୍କ ମନ୍ତବ୍ୟ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରି ବିଜେଡ଼ି ପ୍ରତିବାଦ କରିଛି। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଗୃହରେ ଶାସକ ଦଳ ଅପ୍ରସଙ୍ଗ କୁ ପ୍ରସଙ୍ଗ କରୁଛନ୍ତି। ଏହା ହେବା ଉଚିତ୍ ନୁହେଁ। ଏଭଳି କଥା ଗୃହରେ ଭୁଲ୍ ପରମ୍ପରା ସୃଷ୍ଟି କରୁଛି। ତେଣୁ ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ସେ ଦାବି କରିଛନ୍ତି।
ଏହାକୁ ନେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ କୌଣସି ତଦନ୍ତର ଆବଶ୍ୟକତା ନାହିଁ। ମୁଁ ଅନୁଭବ କରୁଛି ବିଧାୟକ ଭାବପ୍ରବଣତାରେ ଏପରି କହି ଦେଇଛନ୍ତି । ତେବେ ବିଜେଡି ସଦସ୍ୟଙ୍କ ଜୋରଦାର ପ୍ରତିବାଦ ପରେ ବିଧାୟକ ବିଭୂତି ପ୍ରଧାନ ନିଜ ମନ୍ତବ୍ୟ ମଧ୍ୟ ପ୍ରତ୍ୟାହାର କରି ନେଇଥିଲେ।
Follow Us