ଏକାଠି ହେଲେ ବିଜେଡି, ବିଜେପି, କଂଗ୍ରେସ: ବେଆଇନ ବାଲି ଚାଲାଣର ପ୍ରତିବାଦ

Advertisment
ଏକାଠି ହେଲେ ବିଜେଡି, ବିଜେପି, କଂଗ୍ରେସ: ବେଆଇନ ବାଲି ଚାଲାଣର ପ୍ରତିବାଦ

ବ୍ୟାସନଗର : କୋରେଇ ଅଞ୍ଚଳର ନଦୀନାଳରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଛି। ବାଲି ମାଫିଆ ମାଲାମାଲ ହେଉଛନ୍ତି, ଏଣେ କୋରେଇ ଅଞ୍ଚଳର ରାସ୍ତାଘାଟ ନଷ୍ଟ ହେଉଛି। ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବିପନ୍ନ ହେଉଛି। ଏହାର ପ୍ରତିବାଦରେ କୋରେଇ ସଂଗ୍ରାମ ସମିତି ପକ୍ଷରୁ ଆଜି ପ୍ରଥମେ ଗୋପବନ୍ଧୁ ଛକ ନିକଟରୁ ଶୋଭାଯାତ୍ରା ବାହାରିଥିଲା। ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି ଅଧ୍ୟକ୍ଷତା କରି ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଥିଲେ। ଏହି ଗଣଧାରଣା ଆଗାମୀ ଦିନରେ ଏକ  ଜନଆନ୍ଦୋଳନରେ ପରିଣତ ହେବ ବୋଲି ଚେତାବନୀ ଦେଇଛନ୍ତି।

ବୈତରଣୀ ନଦୀରୁ ଦୀର୍ଘଦିନ ଧରି ବିଭିନ୍ନ ବାଲିଘାଟରୁ ବେଆଇନ୍ ଭାବେ ବାଲି ଉଠାଣ ହେଉଛି। ମଥୁରାପୁରଠାରୁ ବୈତରଣୀ ରୋଡ୍‌ ଓ ଶାଳବାଠାରୁ ଧନତ୍ରୀ, ସାଆଁଳାଠାରୁ ଖଜୁରିନାଲୁଆ ରାସ୍ତାରେ ଭାରୀଯାନ ଠିଆହୋଇ ରହିବା ଦ୍ୱାରା ସ୍ଥାନୀୟ ‌ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ କୋରେଇ ସଂଗ୍ରାମ ସମିତି ଗତ ୨୯ ତାରିଖରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ତହସିଲ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଧାରଣାରେ ବିଜେପି, ବିଜେଡି ଓ କଂଗ୍ରେସ ନେତା ସାମିଲ ହୋଇଥିଲେ।

ସଂଗ୍ରାମ ସମିତିର ସଭାପତି ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ସାଧାରଣ ସଂପାଦକ ଅଭିମନ୍ୟୁ ମିଶ୍ର, ଉପସଭାପତି ଆଲୋକ ମହାନ୍ତି, ସଂପାଦକ ପଦ୍ମନାଭ ନାୟକ, ଉପସଭାପତି ସୀତାକାନ୍ତ କୁଅଁର, ମନୋରଞ୍ଜନ ଦାସ, ଜୟନ୍ତି ସାହୁ, ଦୀପ୍ତିମୟୀ କୁଅଁର, ବିଜେପି ଯୁବମୋର୍ଚ୍ଚାର ଯୁବନେତା ବିକ୍ରମ ବିଶ୍ୱାଳ, ପ୍ରମୋଦ ସାହୁ, ନାରାୟଣ ଚନ୍ଦ୍ର ନାୟକ, ପୂର୍ବତନ କାଉନସିଲର ତଥା ବିଜେଡି ନେତା ସୌମେନ୍ଦ୍ର ରାଉତ, କଂଗ୍ରେସ ନେତା ଜଗବନ୍ଧୁ ନାୟକ, ରଞ୍ଜନ କୁମାର ପ୍ରଧାନ, ଟୁଟୁ ଜେନା, ବନ୍ଦାଳୋ ସରପଞ୍ଚ ବିଷ୍ଣୁ ରଥ, ବାସୁ କିଶୋର ଦାସ, ବିଜୟ ନାୟକ, ମନୋରଞ୍ଜନ ନାୟକ, ପ୍ରମୋଦ ପାତ୍ର, ପ୍ରହଲ୍ଲାଦ ଦେଓ, ମହେନ୍ଦ୍ର ମହାପାତ୍ର, ଏସ୍‌.କେ. ଆତାରୁଦ୍ଦିନ, ପରିକ୍ଷିତ ମଲ୍ଲିକ, ଗୋପାଳକିଶୋର ପାଢ଼ୀ, ସତ୍ୟାନନ୍ଦ କାଣ୍ଡି, ଜାନକୀ ସିଂ, ମାମି ଦାସ, ରମାକାନ୍ତ ଦାସ, ଭୁବନମୋହନ ମହାନ୍ତି, ହେମନ୍ତ କୁମାର ବିଶ୍ୱାଳ ସାମିଲ ହୋଇଥିଲେ। ଦାବି ପୂରଣ ନହେଲେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ତହସିଲଦାର ଅଶୋକ କୁମାର ମାଝି, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ପହଞ୍ଚି ଆଲୋଚନା କରିଥିଲେ। ଧାରଣାକାରୀମାନେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରି ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe