ତେଜିଲା ବିଜେଡି-ବିଜେପି ବିବାଦ : ଜିଲ୍ଲାପରିଷଦ ଅଧ୍ୟକ୍ଷା, ସାଂସଦଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି

Advertisment

ଔଷଧ ବିକଳରେ ବିଜେଡି ତାଟିଆ କାମୁଡ଼ୁଥିବା ଅଭିଯୋଗ କଲା ବିଜେପି

ଔଷଧ ବିକଳରେ ବିଜେଡି ତାଟିଆ କାମୁଡ଼ୁଥିବା ଅଭିଯୋଗ କଲା ବିଜେପି

ତେଜିଲା ବିଜେଡି-ବିଜେପି ବିବାଦ : ଜିଲ୍ଲାପରିଷଦ ଅଧ୍ୟକ୍ଷା, ସାଂସଦଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି

ବାରିପଦା : ପୌରନିର୍ବାଚନର ତାରିଖ ଘୋଷଣା ହୋଇନି। କିନ୍ତୁ ମୟୂରଭଞ୍ଜରେ ସରଗରମ ହେଲାଣି ରାଜନୀତି ପାଣିପାଗ। ଗତକାଲି ଦିଶା ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ସୁଜାତା ମୁର୍ମୁ ଏବଂ ରାଜ୍ୟସଭା ସାଂସଦ ତଥା ବିଜେଡି ନେତ୍ରୀ ମମତା ମହାନ୍ତଙ୍କ ମଧ୍ୟରେ କଥା କଟାକଟିରୁ ଆରମ୍ଭ ହୋଇଥିବା ବିବାଦ ଆଜି ରାଜରାସ୍ତାରେ ପହଞ୍ଚିଛି।

publive-image

ଆଜି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାଙ୍କ ଉପରେ ବର୍ଷିଥିଲା। ଏକ ସରକାରୀ କାର୍ଯ୍ୟକ୍ରମରେ ସଭାଗୃହ ମଧ୍ୟରେ ହୋଇଥିବା ପ୍ରସଙ୍ଗକୁ ବିଜେଡି ରାଜନୈତିକ ରୂପ ଦେଇ କଦର୍ଥ କରୁଥିବା ଅଭିଯୋଗ କରିଥିଲେ ମୟୂରଭଞ୍ଜ ଲୋକସଭା ସାଂସଦ ତଥା ବ‌ିଜେପି ରାଷ୍ଟ୍ରୀୟ ସଂପାଦକ ବିଶ୍ବେଶ୍ବର ଟୁଡୁ। ଜିଲ୍ଲାପରିଷଦ ଅଧ୍ୟକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ କୌଣସି ଅଶାଳୀନ ମନ୍ତବ୍ୟ ଦେଇନାହାନ୍ତି। କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଯଦି ବିଜୁ ବାବୁଙ୍କ ଫଟୋ ଲଗାଉଛନ୍ତି ତେବେ ଜିଲ୍ଲାର ବରପୁତ୍ର ଯେପରିକି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଭଞ୍ଜବୀର ସୁନାରାମ ସୋରେନ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋ ମଧ୍ୟ ଲଗାଯାଇପାରିବ ବୋଲି ଶ୍ରୀମତୀ ମୁର୍ମୁ ମତ ଦେଇଥିବା ଶ୍ରୀ ଟୁଡୁ କହିଥିଲେ। ମାତ୍ର ଏହାକୁ ଅତ୍ୟନ୍ତ କଦର୍ଥ ଭାବେ ଉପସ୍ଥାପନ କରି ଜଣେ ଆଦିବାସୀ ନାରୀନେତ୍ରୀ ଏବଂ ଖୋଦ୍‌ ସାଂସଦ ଓ ୪ ବିଧାୟକଙ୍କୁ ଯେପରି ୩ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖାଗଲା ତାହା ନିନ୍ଦନୀୟ ଓ ଅଣସାମ୍ବିଧାନିକ ବୋଲି ଶ୍ରୀ ଟୁଡୁ ଅଭିଯୋଗ କରିଛନ୍ତି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ବିଜେଡି ମଧ୍ୟ ଆଜି ପୂରା ପ୍ରସ୍ତୁତ ହୋଇ ଫୁଲ୍‌ଦମ୍‌ରେ ରାସ୍ତାକୁ ଓହ୍ଲାଇଥିଲା। ଶହଶହ କର୍ମୀ ଏବଂ ଜିଲ୍ଲାର ସମସ୍ତ ପ୍ରମୁଖ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ବିଜେପିକୁ ବିରୋଧ କରାଯାଇଥିଲା। ରାଜସ୍ବ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡିଙ୍କ ନେତୃତ୍ବରେ ଶହଶହ କର୍ମୀ ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍‌ ସାମ୍ନାକୁ ଆସିଥିଲେ। ସେଠାରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସଂପାଦକ ବ‌ିଶ୍ବେଶ୍ବର ଟୁଡୁ ଏବଂ ସୁଜାତା ମୁର୍ମୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଜୁବାବୁଙ୍କୁ ପ୍ରତି ଅସମ୍ମାନକୁ ଦଳ ଆଦୌ ଗ୍ରହଣ କରିବନି ବୋଲି ନାରାବାଜି କରିଥିଲେ। ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ସଂପାଦକ ଦେବାଶିଷ ମାର୍ଣ୍ଡିଙ୍କ ସମେତ ସବୁ ଛାମୁଆ ସଂଗଠନ ନେତା କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe