ଭୁବନେଶ୍ବର: ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍ର ଶୁଣାଣିରେ ରାଜ୍ୟ ଆଡ୍ଭୋକେଟ୍ ଜେନେରାଲ(ଏଜି) ଅନୁପସ୍ଥିତ ରହିବାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ନେଇ ସମାଲୋଚନା କରିଥିବା ବେଳେ ଏଜି ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ଏହାର ଜବାବ ରଖିଛନ୍ତି। ଶ୍ରୀ ପଟ୍ଟନାୟକ ‘ଏକ୍ସ’ରେ କହିଥିଲେ ଯେ ଟ୍ରିବ୍ୟୁନାଲ୍ରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଆଡ୍ଭୋକେଟ୍ ଜେନେରାଲ୍ ଆସିଲେ ନାହିଁ।
ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ବପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲ୍ର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ଅନୁପସ୍ଥିତ ରହିଲେ? ଟ୍ରିବ୍ୟୁନାଲ୍ର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ବେଳେ ରାଜ୍ୟବାସୀଙ୍କୁ ମିଳିଲା କ’ଣ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମହାନଦୀକୁ ବଞ୍ଚାଇବା ପାଇଁ ରାଜ୍ୟ ବିଜେପି ସରକାରଙ୍କ କୌଣସି ଆନ୍ତରିକତା ନାହିଁ। ସରକାର ଏହାକୁ ଆଦୌ ଗମ୍ଭୀରତାର ସହ ନେଉନାହାନ୍ତି। ମହାନଦୀ ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ରାଜ୍ୟବାସୀ କଦାପି ଗ୍ରହଣ କରିବେ ନାହିଁ। ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆକୁ ନେଇ ବିଜେଡି ଜୋର୍ଦାର ଲଢ଼େଇ କରିବ।
ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ: ନବୀନ
ଉଭୟ ରାଜ୍ୟ ଆପୋସ ସମାଧାନର ଦ୍ବାର ଦେଶରେ: ପୀତାମ୍ବର
ଏହାର ଜବାବରେ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ୭ବର୍ଷ ଧରି ନବୀନ ବାବୁଙ୍କ ଲିଗାଲ୍ ଟିମ୍ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରି ପଇସାଟିକର ସୁଫଳ ପାଇ ନ ଥିଲେ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସକାରାତ୍ମକ ଚିନ୍ତାଧାରା ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଉଭୟ ରାଜ୍ୟ ବର୍ତ୍ତମାନ ଆପୋସ ସମାଧାନର ଦ୍ବାର ଦେଶରେ। ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲ୍ର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିବାରୁ ମୋର ଉପସ୍ଥିତି ଆଦୌ ଆବଶ୍ୟକତା ନ ଥିଲା। ତେଣୁ ନବୀନ ବାବୁଙ୍କ ଉକ୍ତି ସଂପୂର୍ଣ୍ଣ ନୈରାଶ୍ୟଜନକ। ଏଜିଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି।
BJD: ୪୦୦୦ରୁ ଅଧିକ ଦୁଷ୍କର୍ମ ହୋଇଛି, ଓଡ଼ିଶାରେ ନାରୀ ନିର୍ଯାତନା ଶୀର୍ଷରେ: ବିଜେଡି
ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଓଡ଼ିଶାର ଜୀବନରେଖା ମହାନଦୀର ଜଳ ସ୍ରୋତକୁ ବହୁ ବର୍ଷ ଧରି ଏକଚାଟିଆ ଭାବେ ଛତିଶଗଡ଼ ଅଟକାଇ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଆସୁଛି। ଏହି ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ହିଁ ଏକମାତ୍ର ରାସ୍ତା। ଟ୍ରିବ୍ୟୁନାଲ୍ର ଶୁଣାଣିରେ ଏଜିଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ଏଜି ଅତ୍ୟନ୍ତ ଖାମଖିଆଲ ଭାବେ ମନ୍ତବ୍ୟ ଦେଇଛନ୍ତି। ଲଘୁ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହି ଆଡଭୋକେଟ ଜେନେରାଲ୍ ଆନ୍ତରିକତା ଓ ପ୍ରତିବଦ୍ଧତା ଦେଖାନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/26/bjd-bjp-2025-09-26-01-31-09.jpg)