ଉପନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମୁହାଁମୁହିଁ : ପରସ୍ପର ବିରୋଧି ଆରୋପ ନେଇ ପିପିଲି ଥାନା ଆଗରେ ଉଭୟ ଦଳ ପକ୍ଷରୁ ଧାରଣା

ଉପନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମୁହାଁମୁହିଁ : ପରସ୍ପର ବିରୋଧି ଆରୋପ ନେଇ ପିପିଲି ଥାନା ଆଗରେ ଉଭୟ ଦଳ ପକ୍ଷରୁ ଧାରଣା

ପିପିଲି: ପ୍ରଚାର ଆରମ୍ଭ ହେଉ ହେଉ ପିପିଲି ଥାନା ସାମ୍ନାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ଏହା ହିଁ ସ୍ପଷ୍ଟ କରୁଛି ଉପ-ନିର୍ବାଚନରେ ବିଜେଡି-ବିଜେପି ଭିତରେ ରାଜନୈତିକ ପ୍ରତିଦ୍ୱନ୍ଦିତା କିଭଳି ତୀବ୍ର ରହିଛି । ଆଜି ପିପିିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲି ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ଏହାର ପ୍ରତିବାଦରେ ଥାନା ଆଗରେ ଧାରଣା ଦେଇଥିଲେ ବିଜେପି ନେତା ଓ କର୍ମୀ । ହେଲେ, ବିଜେପି ମିଛ ଅଭିଯୋଗ ଆଣିଥିବା କହି, ଥାନା ସାମ୍ନାରେ ପହଂଚିଥିଲେ ବିଜେଡି କର୍ମକର୍ତ୍ତା।

ପିପିଲି ବ୍ଲକ୍ ରାଇଗୁରୁପୁର ଗାଁରେ ବିଜେପି ପ୍ରାର୍ଥୀ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ବିଜେପି କର୍ମୀ ଚିତ୍ତରଞ୍ଜନ ନାୟକଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଜଣେ ବିଜେଡି ସମର୍ଥକ ଆସି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ସ୍କୁଟରକୁ ଭଙ୍ଗାରୁଜା କରିଥିବା ନେଇ ସେ ଅଭିଯୋଗ କରିଥିଲେ । ଆଉ ଏହାପରେ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ପ୍ରତିବାଦକୁ ଓହ୍ଲାଇଥିଲା ବିଜେପି।

ଏପଟେ ବିଜେଡି କିନ୍ତୁ ବିଜେପି ବିରୁଦ୍ଧରେ ପାଲଟା ଅଭିଯୋଗ କରିଛି । ବିଜେଡି କହିଛି- ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ମିଛ ଅଭିଯୋଗ ଅଣାଯାଇଛି । ନିର୍ବାଚନ ହାରିବା ଭୟରେ ବିଜେପି ମିଛ ଅଭିଯୋଗ କରୁଥିବା ବିଜେଡି କହିଛି । ତେବେ ବିଜେଡି-ବିଜେପିର ଏହି ଛକାପଞ୍ଝା ଭିତରେ ଆଗକୁ ନିର୍ବାଚନ ଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପୁଲିସ୍ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe