ବିଜେପି-ବିଜେଡି ଏତଲା ଯୁଦ୍ଧ

Advertisment

ବିଜେଡି ଇସ୍ତାହାରରେ ସରକାରୀ ଲୋଗୋ ବ୍ୟବହାର ହୋଇଛି : ବିଜେପି, ପୁରୁଣା ବିଜ୍ଞାପନ ଦେଖାଇ ବିଜେପି ବିଭ୍ରାନ୍ତ କରୁଛି : ବିଜେଡି

ବିଜେଡି ଇସ୍ତାହାରରେ ସରକାରୀ ଲୋଗୋ ବ୍ୟବହାର ହୋଇଛି : ବିଜେପି, ପୁରୁଣା ବିଜ୍ଞାପନ ଦେଖାଇ ବିଜେପି ବିଭ୍ରାନ୍ତ କରୁଛି : ବିଜେଡି

ବିଜେପିରେ ସାମିଲ ହେଲେ ମୟୂରଭଞ୍ଜର ବିଜେଡି କର୍ମୀ

Odisha Sun Times

ଭୁବନେଶ୍ବର : ବିଜେଡିର ନିର୍ବାଚନୀ ଇସ୍ତାହାରରେ ସରକାରୀ ଲୋଗୋ ବ୍ୟବହାର ପ୍ରସଙ୍ଗ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଦୁଇ ଦଳ ପରସ୍ପର ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି। ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବାର ଆ‌େରାପ ପରସ୍ପର ଉପରେ ଲଗାଇଛନ୍ତି।

ବିଜେପି ପକ୍ଷରୁ ଆଜି ପ୍ରଥମେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଥିଲା। ଏଥିରେ ଦର୍ଶାଯାଇଥିଲା, ୮ ତାରିଖ ଦିନ ବିଭିନ୍ନ ଇଂରାଜୀ ଗଣମାଧ୍ୟମରେ ସରକାରୀ ଅର୍ଥ ଖର୍ଚ୍ଚ କରି ମୁଖ୍ୟମନ୍ତ୍ରୀ ବିଜ୍ଞାପନ ଆକାରରେ ଦେଇଥିବା ତଥ୍ୟକୁ ବିଜେଡି ଇସ୍ତାହାରର ଦ୍ବିତୀୟ ପୃଷ୍ଠାରେ ପ୍ରକାଶ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ବିଜ୍ଞାପନ ଓ ବିଜେଡି ଇସ୍ତାହାରର ଦ୍ବିତୀୟ ପୃଷ୍ଠା ସମାନ ରହିଛି। ଏଥିରେ ସରକାରୀ ଲୋଗୋ ରହିବା ସହ ସରକାରୀ ୱେବ୍‌ସାଇଟ୍‌କୁ ରେଫର କରାଯାଇଛି। ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଏଭଳି ଇସ୍ତାହାର ପ୍ରସ୍ତୁତ କରିଛି ଯାହା ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ତା ସହିତ ଭାରତୀୟ ପିଙ୍ଗଳକୋଡ ଦଫା ୪୬୩, ୪୬୪ ବଳରେ ଅପରାଧ କରିଛନ୍ତି। ଏଣୁ ଏହାକୁ ଏତଲା ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଦର୍ଶାଯାଇଛି। ବି‌େଜପି ପକ୍ଷରୁ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଏତଲା ଦେଇଥିଲେ। ଏତଲା ପୂର୍ବରୁ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ଲୋଗୋ ଓ ୱେବ୍‌ସାଇଟ୍‌ ବ୍ୟବହାର ନେଇ ମଧ୍ୟ ଆପତ୍ତି ଉଠାଇଥିଲା।

ବିଜେପି ଏତଲାର କିଛି ସମୟ ପରେ ବିଜେଡିର ଏକ ପ୍ରତିନିଧି ଦଳ ସେଠାରେ ପହଞ୍ଚି ପାଲଟା ଏତଲା ଦେଇଥିଲେ। ବିଜେପି ପକ୍ଷରୁ ଏତଲା ଦେଇଥିବା ତିନି ନେତାଙ୍କ ବିରୋଧରେ ‌ବିଜେଡି ଏତଲା ଦେଇଥିଲା। ଏଥିରେ ଦର୍ଶାଯାଇଥିଲା, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପ୍ରକାଶିତ ଏକ ପୁରୁଣା ଡକୁମେଣ୍ଟ୍‌କୁ ଦେଇ ବିଜେପିର ଏହି ତିନି ନେତା ବିଜେଡି ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ୨୦୧୯ ମାର୍ଚ୍ଚ ୮ ତାରିଖ ଅର୍ଥାତ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏକ ଖବରକାଗଜରେ ଓଡ଼ିଶା ସରକାରଙ୍କ ଯେଉଁ ବିଜ୍ଞାପନ ପ୍ରକାଶ ପାଇଥିଲା, ତାହାକୁ ବିଜେପି ପ୍ରଦର୍ଶନ କରୁଛି। କିନ୍ତୁ ବିଜେପି ନେତାମାନେ ଏହାକୁ ଏମିତି ଦର୍ଶାଉଛନ୍ତି ଯେମିତି ଏହି ବିଜ୍ଞାପନ ଆଜି ପ୍ରକାଶ ପାଇଛି। ସେମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ତେଣୁ ସେମାନେ ମିଥ୍ୟା ଅଭିଯୋଗ କରି ଠକିଥିବାରୁ ବିଜେପି ନେତାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ବିଜେଡି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe