ବିଜେଡି-ବିଜେପି ଏକାଠି: ସାଲୁଜା

Advertisment
ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ୩ ଜଣଙ୍କ ନାଁ ସୁପାରିସ କରିଛୁ: ସାଲୁଜା

Facebook

ଭୁବନେଶ୍ୱର : ବୁଧବାର ଦିନ ବିଧାନସଭାର ଶୂନ୍ୟକାଳରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ସମାଲୋଚନା କରିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା।

ସେ କହିଥିଲେ ଯେ ବିଜେପି ଠାରୁ ସମଦୂରତା ରକ୍ଷା କରୁଥିବା କଥା ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି। କିନ୍ତୁ ବାସ୍ତବରେ ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ। ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଜଣେ ମହିଳା ଓ ଓଡ଼ିଆ ହୋଇଥିବାରୁ ବିଜେଡି ତାଙ୍କୁ ସମର୍ଥନ କରିଥିଲା। ତେବେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି କାହିଁକି ସମର୍ଥନ କଲା? ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥିନୀ କ’ଣ ଜଣେ ମହିଳା ନୁହନ୍ତି? ବାସ୍ତବରେ ବିଜେଡି ଓ ବିଜେପି ଏକାଠି ଅଛନ୍ତି। ସଂସଦରେ ସବୁବେଳେ ବିଜେପିକୁ ବିଜେଡି ସମର୍ଥନ ଦେଉଛି। ଯେତେବେଳେ ଯେଉଁ ବିଲ୍ କେନ୍ଦ୍ର ସରକାର ଆଣୁଛନ୍ତି, ବିଜେଡି ତାହାକୁ ସମର୍ଥନ କରୁଛି। ଏପରିକି ନିଜର ସଂଖ୍ୟା ଗରିଷ୍ଠତା ଥିବା ସତ୍ତ୍ବେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe